ବାଇକ୍ ଦୁର୍ଘଟଣାରେ ୩ ମୃତ

Odisha Hot News
0 Min Read

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଦୁଇଟି ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଦୁଇ ଜଣ ଏବଂ ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଦାରିଙ୍ଗବାଡ଼ି ଥାନା ଅଧୀନ ଶ୍ରାନିକେତା ପଞ୍ଚାୟତ ପାଙ୍ଗାରାହା ଗ୍ରାମର ଶମ୍ଭୁନାଥ ପ୍ରଧାନ (୨୮) ଓ ମଣ୍ଟୁ ପ୍ରଧାନ (୨୭) ଏବଂ ଏବଂ ଖଜୁରୀପଡ଼ା ଥାନା ଅରାସାହି ଗାଁର ଛଚିନ୍ଦ୍ର ଭୋଇକ ଇଙ୍କ ପୁଅ ମହେଶ୍ଵର (୨୫)। ଅତ୍ୟଧିକ ସ୍ପିଡ ରେ ବାଇକ୍ ଚଳାଉଥିବା ବେଳେ, ସଡ଼କ ଦୁର୍ଘଟଣା ଘଟି ମୃତୁ ହୋଇଥିବା ପୋଲିସ ସୂତ୍ରରୁ ଖବର ମିଳିଛି।

Share This Article