ଖଲ୍ଲିକୋଟ ମହାବିଦ୍ୟାଳୟ ୧୯୮୫ ସ୍ନାତକ ବ୍ୟାଚ୍ ପକ୍ଷରୁ ଡ. ଶଙ୍କର ମାଝିଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦକ୍ଷିଣ ଓଡ଼ିଶାରର ସର୍ବବୃହତ୍ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ମହାବିଦ୍ୟାଳୟ ୧୯୮୫ ମସିହା ସ୍ନାତକ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆଜି ପୂର୍ବାହ୍ଣରେ ଜାତୀୟ ଐତିହାସିକ ସ୍ମୃତିପୀଠ ‘ଉତ୍କଳ ଆଶ୍ରମ’ ସଭାଗୃହରେ ଏକ ଭବ୍ୟ ଷଷ୍ଟିପୂର୍ତ୍ତି ସମ୍ବର୍ଦ୍ଧନା ଉତ୍ସବ ସୁସ୍ଥ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାଶାସନିକ ଭବନର ବରିଷ୍ଠ ବିଭାଗୀୟ ଅଧିକାରୀ ଡଃ ଶଙ୍କର ମାଝୀଙ୍କୁ ପ୍ରାକ୍ତନ ସହାଧ୍ୟାୟୀ, ସହାଧ୍ୟାୟିନୀମାନେ ଉପଢୌକନ, ପ୍ରଶସ୍ତିପତ୍ର ଓ ପୁଷ୍ପସ୍ତବକ ପ୍ରଦାନ ପୂର୍ବକ ଏହି ଉତ୍ସବରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

ଏହି ଅବସରରେ ୧୯୮୫ ବ୍ୟାଚ୍ ସ୍ନାତକ ସହାଧ୍ୟାୟୀ ତଥା ଲୋକସେବକ ମଣ୍ଡଳ ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନାଙ୍କ ପୌରୋହିତ୍ୟରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଉଦ୍ଘାଟକ, ଖ୍ୟାତିପ୍ରାପ୍ତ ଐତିହାସିକ ତଥା ପ୍ରବଚକ ପ୍ରଫେସର୍ ମଦନ ମୋହନ ମହାପାତ୍ର ମୁଖ୍ୟଅତିଥି, ପ୍ରମୁଖ ଯୋଗ ଦେଇ ଡଃ ମାଝୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ।

Share This Article