ଚିଲିକା ବୁଲିବାକୁ ଆସିଥିବା ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ: ସପରିବାର ସହ କେଉଁଝରରୁ ଆସିଥିଲେ ବାଲୁଗାଁ

Odisha Hot News
1 Min Read

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିଲିକା ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ଆଜି ମୃତ୍ୟୁ ଘଟିଛି।

ଆଜି ସକାଳେ କେଉଁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ସନ୍ତୋଷପୁର ଗ୍ରାମର ଧନେଶ୍ୱର ମହନ୍ତ, ପତ୍ନୀ ଲଳିତା ମହନ୍ତ (୫୬) ଏବଂ ସମ୍ପର୍କୀୟମାନେ ଏକ ବୋଲେରୋ ଗାଡି ଯୋଗେ ଚିଲିକା ବୁଲିବାକୁ ଆସିଥିଲେ। ତେବେ ଚିଲିକା କୂଳ ନିକଟସ୍ଥ ଏକ ଘରୋଇ ଲଜରେ ଧନେଶ୍ୱରଙ୍କ ପତ୍ନୀ ଲଳିତା ରହିଥିବା ବେଳେ ଅନ୍ୟ ସମସ୍ତେ ବୁଲିବାକୁ ମା’ କାଳିଜାଇ ମନ୍ଦିର ଯାଇଥିଲେ।

ତେବେ ମା’ ଙ୍କ ଦର୍ଶନ ସାରି ଆସି ସମ୍ପର୍କୀୟମାନେ ଲଜର ରୁମରେ ଦେଖିଲାବେଳକୁ ଲଳିତା ତଳେ ପଡ଼ିଥିଲେ। ସଙ୍ଗେସଙ୍ଗେ ସମ୍ପର୍କୀୟ ଲଳିତାଙ୍କୁ ବାଲୁଗାଁ ମେଡିକାଲ ନେଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ବାଲୁଗାଁ ଥାନାକୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି କେସ ନମ୍ବର ୪/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ତେବେ ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Share This Article