ଏଣିକି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସାମିଲ୍ ହେବେ ନବମ, ଦଶମ ଶ୍ରେଣୀ ପିଲା: ଗଣଶିକ୍ଷା ବିଭାଗ

Odisha Hot News
1 Min Read

ଭୁବନେଶ୍ଵର: ଏଣିକି ରାଜ୍ୟର ସମସ୍ତ ବିଦ୍ୟାଳୟର ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସାମିଲ୍ କରାଯିବ। ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ୫୭୦କୋଟି ୭୧ ଲକ୍ଷ ଟଙ୍କା ବ୍ୟୟ କରିବେ। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟ୍‌ରୁ ଏହି ଅର୍ଥ ଖର୍ଚ୍ଚ କରାଯିବ।

ସେହିପରି  ପିଏମ୍ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଜରିଆରେ ଶିଶୁ ବାଟିକାରୁ ଦଶମ ଶ୍ରେଣୀର ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ସପ୍ତାହରେ ତିନୋଟି ପୋଷଣଯୁକ୍ତ ଲଡୁ ଓ ଅତିରିକ୍ତ ଗୋଟିଏ ଅଣ୍ଡା ପ୍ରଦାନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ଅଣ୍ଡା ଏବଂ ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଛାତ୍ରଛାତ୍ରୀଙ୍କୁ ପୋଷଣଯୁକ୍ତ ଲଡୁ ଦିଆଯିବ। ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷରୁ ରାଜ୍ୟରେ ଶିଶୁ ବାଟିକା ଖୋଲିବ। ଏଥିରେ ୬ ବର୍ଷରୁ କମ୍ ପିଲାଙ୍କୁ ପ୍ରି-ସ୍କୁଲ ଶିକ୍ଷା ପ୍ରଦାନ କରାଯିବ।

Share This Article