ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ନିଜ କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Odisha Hot News
1 Min Read

ପୁରୀ: ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କର ପରଲୋକ ହେବାରେ ଆଜିକୁ ଏଗାର ଦିନ ହୋଇଯାଇଛି। ସେହି ଉପଲକ୍ଷେ ଆଜି ତାଙ୍କର ଏକାଦଶାହ ପାଳନ କରାଯାଉଛି। ତାଳଚେରରେ ତାଙ୍କର ବାସଭବନରେ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇ ଦେବେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଏଥିସହିତ ତାଙ୍କ ପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମବେଦନା ଦେଇଛନ୍ତି।

ତେବେ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ନିଜର କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ଦେବେନ୍ଦ୍ରଙ୍କ ପ୍ରତିକୃତି ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ଏହି କଳାରେ ଉଲ୍ଲେଖ କରିଛନ୍ତି ଯେ, ସ୍ମୃତିରେ ସଜଳ ଆପଣା ମଣିଷ ସିଦ୍ଧପୁରଷ। ସେହିପରି ସେ ଇଂରାଜୀରେ Tribute to Dr. Debendra Pradhan. ବିଭିନ୍ନ ସମୟରେ ସୁଦର୍ଶନ ବିଶିଷ୍ଠ ବ୍ୟକ୍ତିଙ୍କ ବାଲୁକା କଳା କରି ବେଶ ଚର୍ଚ୍ଚାରେ ଆସିଛନ୍ତି। ସେହିପରି ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ବାଲୁକା କଳା ମଧ୍ୟ ପୁରୀ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଦେବାର ମାଧ୍ୟମ ସାଜିଛି।

Share This Article