ଆସନ୍ତା ୨୮ରୁ ଭୁବନେଶ୍ବରରେ ଜାତୀୟ ପାରା ଅଶୀଚାଳନା ପ୍ରତିଯୋଗିତା

Odisha Hot News
0 Min Read

ଭୁବନେଶ୍ଵର: ଆସନ୍ତା ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଜାତୀୟ ପାରା ଅଶୀଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେବ। ନିଳାଦ୍ରୀବିହାରସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଏବଂ କଳିଙ୍ଗ ସ୍ପୋର୍ଟ୍ସ କଂପ୍ଲେକ୍ସଠାରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଦେଶର ଶୀର୍ଷ ଅଶୀ ଚାଳକମାନେ ଅଂଶଗ୍ରହଣ କରିବେ।

ଓଡ଼ିଶା ପାରା କ୍ରୀଡ଼ା ସଂଘ ଦ୍ବାରା ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏଥିରେ ୨୫ଟି ରାଜ୍ୟର ୨୦ଟି ଦଳ ଏବଂ ୨୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।

Share This Article