ଆଳିର ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

Odisha Hot News
1 Min Read

ଭୁବନେଶ୍ୱର: ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ ପରଲୋକ ଘଟିଛି। ୬୬ ବର୍ଷ ବୟସରେ  ତାଙ୍କର ପରଲୋକ ହୋଇଛି। ଭୁନେଶ୍ବରରେ ଚିକିତ୍ସା ହେଉଥିବା ବେଳେ ତାଙ୍କର ପରଲୋକ ଘଟିଛି।

ସେ ୨୦୧୪ ମସିହାରେ ନିର୍ବାଚନରେ ସେ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ସେ ସେତେବେଳେ ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବଙ୍କୁ ହରାଇ ଦେଇଥିଲେ। ୨୦୨୪ ନିର୍ବାଚନରେ ତାଙ୍କର ଝିଅ ଡାକ୍ତର ଦେବସ୍ମିତା ଶର୍ମା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ। ସେ ବିଜେଡିର ପ୍ରତାପ ଦେବଙ୍କଠାରୁ ହାରିଯାଇଥିଲେ।

ତାଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି କି ମୁଁ ଚେନ୍ନାଇରେ ଥିବା ବେଳେ ତାଙ୍କ ବିୟୋଗ ଖବର ମୋତେ ଗଭୀର ଦୁଃଖ ଦେବା ସହ ମର୍ମାହିତ କରିଛି।

ଦେବେନ୍ଦ୍ର ବାବୁ ଆମ କଂଗ୍ରେସ ପରିବାରର ଜଣେ ବରିଷ୍ଠ ସଦସ୍ୟ ଥିଲେ।ତାଙ୍କ ବିୟୋଗ କେବଳ କେନ୍ଦ୍ରାପଡ଼ା ନୁହେଁ ସାରା ଓଡ଼ିଶାରେ ବିଶେଷ କରି କଂଗ୍ରେସ ପରିବାର ରେ ଶୋକର ଛାୟା ଖେଳିଯାଇଛି। କଂଗ୍ରେସ ଦଳରେ ଦୀର୍ଘବର୍ଷ ଧରି ବିଭିନ୍ନ ପଦପଦବୀ ରେ ରହି କଂଗ୍ରେସ ଦଳକୁ ସୁସଂଗଠିତ କରିବା ସହ ମଜବୁତ୍ କରିବା ପାଇଁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଥିଲେ।ତାଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି।

ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ଦାସ।

Share This Article