ମଣିନାଗ ପାର୍କ ନିକଟରୁ ପାଞ୍ଚ ଡକାୟତ ଗିରଫ: ଖୋର୍ଦ୍ଧା ବାଣପୁରରୁ ଦୁଇ ଅଭିଯୁକ୍ତ ସାମିଲ

Odisha Hot News
1 Min Read

ରଣପୁର: ବୁଧବାର ବିଳମ୍ବିତ ରାତିରେ ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ ନୋତର ଗ୍ରାମରେ ଡକାୟତି କରିବା ଉଦ୍ଦେଶ୍ୟରେ ୯ ଜଣ ଡକାୟତ ନୋତର ହାଇସ୍କୁଲ ପଛପଟରେ ଥିବା ପାହାଡ଼ରେ ବସି ଯୋଜନା କରୁଥିଲେ। ଇଟାମାଟି ପୋଲିସ କୌଣସି ସୂତ୍ରରୁ ଖବର ପାଇ ପାହଡକୁ ଘେରିବା ସହ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୋଲିସ ୪ ଜଣଙ୍କୁ କାବୁ କରି ନେଇଥିବା ବେଳେ ଅନ୍ୟ ପଞ୍ଚାଜଣ ଫେରାର ହୋଇଯାଇଥିଲେ।

ଏ ସମ୍ପର୍କରେ ଇଟାମାଟି ଥାନା ତରଫରୁ ଅନ୍ୟ ଥାନାମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ସେଠାରୁ କୌଶଳକ୍ରମେ ଫେରାର ହୋଇଯାଇଥିବା ଡକାୟତମାନେ ରଣପୁର ଅଞ୍ଚଳକୁ ପଶି ଆସିଥିବା ବେଳେ ସେମାନେ ମଣିନାଗ ପାର୍କ ନିକଟସ୍ଥ ପାହାଡରେ ଯୋଜନା କରୁଥିବା ବେଳେ ରଣପୁର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଥାନା ଅଧିକାରୀ ଆଶିଷଦେବ ସାହୁ ଓ ପୋଲିସ ଟିମ ଚଢ଼ାଉ କରି ୫ ଜଣ ଡକାୟତଙ୍କୁ କାବୁ କରିବାରେ ସମର୍ଥ ହୋଇଥିଲା। ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର ଜବତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।

ସେମାନଙ୍କ ନାମରେ ଦର୍ପନାରାୟଣପୁର, ଇଟାମାଟି, ଶରଣକୁଳ, ବାଣପୁର, ନୟାଗଡ ସଦର ଅଂଚଳରୁ ଚୋରି କରିଥିବା ସ୍ୱୀକାର କରିଥିଲେ। ଗିରଫ ବ୍ୟକ୍ତିମାନଙ୍କ ନାମରେ ରଣପୁର ପୋଲିସ ୫୮/୨୦୨୫ ନମ୍ବରରେ ମୋକଦ୍ଦମା ରୁଜୁ କରିଥିବା ଜଣାପଡିଛି।

ଗିରଫ ବ୍ୟକ୍ତି ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବାଞ୍ଛାନିଧି ଗ୍ରାମର ବାସୁ ପ୍ରଧାନ (୩୫), ସ୍ୱାଧୀନ ପ୍ରଧାନ (୨୦), ନିରାକାରପୁର ଥାନା ଅନ୍ତର୍ଗତ ଚିତ୍ରକୂଟ ଗାଁର ରାଜୁ ପ୍ରଧାନ (୨୫), ଚଗଲା ପ୍ରଧାନ ଓ ଜଙ୍କିଆ ଥାନା ଅନ୍ତର୍ଗତ ଛାତଗିରି ଗ୍ରାମର ମାନସ ରେଡି (୨୫) ବୋଲି ପୋଲିସ ତଥ୍ୟରୁ ଜଣା ପଡିଛି।

Share This Article