ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୦ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

Odisha Hot News
1 Min Read

ଭୁବନେଶ୍ୱର: ଜଣେ ଖେଳାଳି କେବଳ ତା’ ସ୍ୱପ୍ନକୁ ସାକାର କରି ନ ଥାଏ ବରଂ ସମାଜରେ ଶାନ୍ତି ଓ ଶୃଙ୍ଖଳା ପ୍ରତିଷ୍ଠା କରିବାରେ ଭୂମିକା ନିର୍ବାହ କରିଥାଏ ବୋଲି ବିଶିଷ୍ଟ ପାରା ଅଲିମ୍ପିଆନ୍ ପଦ୍ମଶ୍ରୀ ପ୍ରମୋଦ ଭଗତ ମତବ୍ୟକ୍ତ କରିଛନ୍ତି। ଆଜି ପ୍ରତିଷ୍ଠାନର ଖେଳ ପଡ଼ିଆରେ ଉଦ୍‌ଯାପିତ ୬୦ତମ ବାର୍ଷିକ କ୍ରୀଡ଼ା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଲେ, ଦିବ୍ୟାଙ୍ଗ ବି ସଫଳତାର ଶୀର୍ଷସ୍ଥାନରେ ପହଞ୍ଚିପାରେ, ପ୍ରତିଷ୍ଠାନ ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଏଥିରେ ଅଧ୍ୟକ୍ଷତା କରି ଶାରୀରିକ ଓ ବୌଦ୍ଧିକ ବିକାଶରେ କ୍ରୀଡ଼ାର ଭୂମିକା କିଭଳି ଅପରିହାର୍ଯ୍ୟ ତାହା ଦର୍ଶାଇଥିଲେ।

ପ୍ରଫେସର ରମାକାନ୍ତ ମାହାଳିକଙ୍କ ସଂଯୋଜନା, ଛାତ୍ର ପରିଷଦର ଉପଦେଷ୍ଟା ପ୍ରଫେସର ଲକ୍ଷ୍ମୀଧର ବେହେରାଙ୍କର ପରିଚାଳନା ଓ ବୃନ୍ଦାବନ ଭୋଇ ଡକ୍ଟର କେତୁଲ କୁମାରଙ୍କ ସହଯୋଗରେ ଅନୁଷ୍ଠିତ ଏହି ବାର୍ଷିକ କ୍ରୀଡ଼ା ଉତ୍ସବରେ ପ୍ରତିଷ୍ଠାନର କୃତି ଛାତ୍ରଛାତ୍ରୀଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସହ-ଉପଦେଷ୍ଟା ଡକ୍ଟର କଳିଙ୍ଗ କେତକୀ ଧନ୍ୟବାଦ ଅର୍ପଣ କରିଥିଲେ।

ଉଦ୍‌ଯାପନୀ ଉତ୍ସବରେ ଡିନ୍ ପ୍ରଫେସର ମାନସୀ ଗୋସ୍ୱାମୀ, ପ୍ରଫେସର ଗୀତଞ୍ଜଳି ଦାଶ, ଡକ୍ଟର ସୌରଭ କପୁର, ଡକ୍ଟର ବେଦପ୍ରକାଶ ବର୍ମା, ଡ. ପି.ଏଲ୍ ନେଗୀ, କମଳେଶ ସୋନି, ମାନସ ରଞ୍ଜନ ପଣ୍ଡା, ଅଶୋକ କୁମାର ବଳିଆର ସିଂହ ଓ ସୁଶାନ୍ତ କୁମାର ରାଉତ ପ୍ରମୁଖଙ୍କ ସମେତ ପ୍ରତିଷ୍ଠାନର ପୁରାତନ ଛାତ୍ର ସଂସଦ ସଭାପତି ହାଡ଼ିବନ୍ଧୁ ପଟ୍ଟନାୟକ ଓ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ।

Share This Article