ଖୋର୍ଦ୍ଧା: ବେଆଇନ ମାଙ୍କଡା ଖଣି ଉପରେ ଚଢଉ

Odisha Hot News
1 Min Read

ଖୋର୍ଦ୍ଧା: ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ଖଣି ମାଫିଆଙ୍କ ପାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ, ଖଣି ବିଭାଗ, ପରିବହନ ବିଭାଗ ଦ୍ଵାରା ମିଳିତ ଚଢ଼ାଉ କରାଯାଇଛି। ଖୋର୍ଦ୍ଧାରେ ଖଣି ଖଦାନ ଉପରେ ବଡ ଧରଣର ଚଢଉ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲା ମିଳିତ ଟ୍ରାକ୍ସ ଫୋର୍ସ ଆଦର୍ଶ ଥାନା ଅନ୍ତର୍ଗତ ଶରଧାପୁର ଅଞ୍ଚଳରେ ଚଢ଼ାଉ କରି ୩୦ ରୁ ଊର୍ଦ୍ଧ୍ବ ଗାଡି ଏବଂ ୧୦ ରୁ ଉର୍ଦ୍ଧ୍ଵ ବାଇକ ଜବତ କରିଛି। ଏଥିରେ ୫ ଟି ହାଇୱା, ୨ ଟି ଜେସିବି, ୯ଟି ୪୦୭, ଟ୍ରାକ୍ଟର ୭ ଟି, ବାଇକ-୧୦ ଟି ଏବଂ ପାୱାର ଟିଲର -୮ଟିକୁ ଜବତ କରିଛି। ଆଗାମୀ ଦିନରେ ଏହିପରି ବେଆଇନ ପଥର ଖଣି ଉପରେ ଚଢ଼ାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share This Article