ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ସେତେବେଳେ ସେ ଓଡିଆରେ ନେଇଥିଲେ ଶପଥ

Odisha Hot News
1 Min Read

ଭୁବନେଶ୍ବର: ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ଘଟିଯାଇଛି। ସେ ହେଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା। ସେ ପୁତ୍ର ଧର୍ମେନ୍ଦ୍ରଙ୍କ ନୂଆଦିଲ୍ଲୀ ବାସଭବନରେ ଅବସ୍ଥାନ କରୁଥିଲେ। ସେଠାରେ ତାଙ୍କର ଦେହାନ୍ତ ହୋଇଯାଉଛି। ସେ ତତକାଳୀନ ଦେବଗଡ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ସେତେବେଳେ ମଧ୍ୟ ଦେବେନ୍ଦ୍ର ସଂସଦରେ ଓଡିଆରେ ଶପଥ ଗ୍ରହଣ କରିଥିଲେ।

ଦେବେନ୍ଦ୍ର ଦୁଇଥର ଦେବଗଡରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ 1998 ମସିହାରେ ଦେବଗଡ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବରେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ସେ ସେତେବେଳେ କେନ୍ଦ୍ର ଭୂପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ଏହାପରେ ସେ ପୁନର୍ବାର 1999 ମସିହାରେ ସେହି ଦେବଗଡରୁ ସାଂସଦ ହୋଇ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ସେ ଦ୍ବିତୀୟ ଥର ପାଇଁ ସେହି ଭୂପୃଷ୍ଠ ପରିବହନ ଏବଂ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତୀ ହୋଇଥିଲେ।

Share This Article