ନୂଆଦିଲ୍ଲୀରୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଆଜି ରାତିରେ ଫେରିବେ ମୁଖ୍ୟମନ୍ତ୍ରୀ, କଥା ସ୍ଥଗିତ ???

Odisha Hot News
1 Min Read

ଭୁବନେଶ୍ବର: ନୂଆଦିଲ୍ଲୀରୁ ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଗତକାଲି ରାତିରେ ସେ ଭୁବନେଶ୍ବର ଫେରିଥିବାର ଜଣାପଡିଛି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ରାତିରେ ଫେରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଉଭୟ କାହା ସହିତ ଦେଖା ହେଲେ, କେଉଁ କାର୍ଯ୍ୟକ୍ରମରେ ସାମିଲ ହେଲେ ତାହା ଜଣାପଡି ନାହିଁ।

ତେବେ ଉଭୟଙ୍କ ଏକା ସାଥୀରେ ଦିଲ୍ଲୀ ଗସ୍ତ କରିବାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। କିଛି ଗୋଟିଏ ଘଟିବ ବୋଲି ବିଭିନ୍ନ ହଲରେ ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି। ହେଲେ ବିନା କିଛି ଭେଟଘାଟରେ ଉଭୟ ଫେରି ଆସୁଥିବାରୁ ଏହି ଆଶଙ୍କା ସତ କି ମିଛ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ତେବେ ବିଶେଷ ସୁତ୍ର ଅନୁସାରେ କିଛି ଗୋଟିଏ ଘଟଣା ଘଟିବାର ଥିଲା ହେଲେ କୌଣସି କାରଣ ବସତଃ ତାହା ସ୍ଥଗିତ ରହିଲା ବୋଲି କୁହାଯାଇଛି।

Share This Article