ଘରକୁ ଫେରିଲା ବେଳେ କିରାଣୀ ବାବୁଙ୍କୁ ଧରିଲା ଭିଜିଲାନ୍ସ ଟିମ୍: କାର୍ ରୁ ଜବତ ହେଲା ପ୍ରାୟ ଦୁଇ ଲକ୍ଷ ଟଙ୍କା

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବେଲଗୁଣ୍ଠା ସବରେଜିଷ୍ଟ୍ରି ଅଫିସ କିରାଣୀ ଶ୍ରୀକାନ୍ତ ଡାକୁଆ ନିଜ କାର୍ ଯୋଗେ ବୁଗୁଡ଼ା ସ୍ଥିତ ବାସଭବନକୁ ଫେରୁଥିବା ବେଳେ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ପୁର୍ବ ପ୍ରସ୍ତୁତି ଅନୁଯାୟୀ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ତାକୁ ଅଟକାଇ ଗାଡ଼ି ସହିତ ଉଠାଇ ଆଣି ଜେରା କରିଥିଲେ ଓ ତାଙ୍କ ନିକଟରୁ ନଗଦ ଏକଲକ୍ଷ ୮୬ ହଜାର ଟଙ୍କା ଜବତ କରିଥିଲେ।

ସୁଚନା ଅନୁଯାୟୀ କିରାଣୀ ଶ୍ରୀକାନ୍ତ ପୁର୍ବରୁ ବୁଗୁଡ଼ା ସବରେଜିଷ୍ଟ୍ରି ଅଫିସରେ ଥିବା ବେଳେ ତାଙ୍କ ନାଁ ରେ ବହୁତ ଅଭିଯୋଗ ହୋଇଥିଲା। ତାପରେ ଶ୍ରୀକାନ୍ତକୁ ବେଲଗୁଣ୍ଠା ବଦଳି ହୋଇଥିଲା। କିନ୍ତୁ ସେ ବୁଗୁଡ଼ାରେ ହିଁ ରହୁଥିଲେ। ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ତାଙ୍କୁ ଉଠାଇ ଆଣିବା ସହ ତାଙ୍କର ପୃଥକ୍ ପୃଥକ୍ ସ୍ଥାନରେ ଚଢ଼ାଉ ଜାରି କରିଛନ୍ତି।

Share This Article