ଗୋ ପୂଜନ କରି ନିଆରା ଢଙ୍ଗର ପାଳନ ହେଲା ଦୋଳ ଓ ହୋଲି ଉତ୍ସବ

Odisha Hot News
1 Min Read

ଭୁବନେଶ୍ୱର: ପ୍ରେମ, ଭାଇଚାରା ଓ ସଦ୍‌ଭାବନାର ପର୍ବ ହୋଲି । ହୋଲିରେ ବିଶେଷ କରି ହର୍ବାଲ ରଙ୍ଗ ପ୍ରତି ଅଧିକ ଚାହିଦା ରହିଥାଏ । ରଙ୍ଗରେ ରଙ୍ଗେଇ ହୋଇ ଗାଁ ଠାରୁ ସହର ପର୍ଯ୍ୟନ୍ତ ସାଙ୍ଗସାଥୀମାନେ ମିଶି ପରସ୍ପର ଅବିର ବୋଳି ହୋଲି ଉତ୍ସବକୁ ଧୁମ୍‌ଧାମରେ ପାଳନ କରୁଥିବା ବେଳେ ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ମା’ ସୁନାଦେଇ ପ୍ରଡ଼କ୍ସନର ମିଳିତ ଆନୁକୂଲ୍ୟରେ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ।

ତୁଷାର ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକଙ୍କ ପରିଚାଳନାରେ ଭୁବନେଶ୍ୱରର ସହିଦ ନଗରସ୍ଥିତ ସୁନ୍ଦରୀ ଗୋଶାଳାରେ ଥିବା ଗୋମାତାଙ୍କୁ ପୂଜା କରି ଫୁଲମାଳ ପିନ୍ଧାଇ, ଖାଦ୍ୟ ଖୁଆଇ, ଦେହରେ ଅବିର ବୋଳି ହୋଲି ଉତ୍ସବ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଭାତୀ ବାରିକ, ରାକେଶ ସେଠୀ, ସଂଗ୍ରାମ ଜେନା, ଅରବିନ୍ଦ ବାରିକ ପ୍ରମୁଖ ଯୋଗ ଦେଇ ଗୋମାତାଙ୍କ ସହ ହୋଲି ଖେଳିଥିଲେ । ଏଭଳି ନିଆରା ପ୍ରୟାସକୁ ରଜଧାନୀବାସୀ ଭୂୟସୀ ପ୍ରଶଂସା କରିଥିଲେ ।

Share This Article