କେନ୍ଦ୍ରାପଡ଼ାରେ ନାନୋ ୟୁନିକର୍ନ୍ ଯୋଜନାର ଉଦଯାପନ ସମାରୋହ ଅନୁଷ୍ଠିତ

Odisha Hot News
2 Min Read

କେନ୍ଦ୍ରାପଡ଼ା: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ନାନୋ ୟୁନିକର୍ନ୍ ଯୋଜନାର ସଫଳତା ନିମନ୍ତେ ଜିଲ୍ଲା ପ୍ରଶାସନ, କେନ୍ଦ୍ରାପଡ଼ା ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ନାନୋ ୟୁନିକର୍ନ୍ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଥିବା ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ଉଦ୍ୟୋଗତା ରୂପେ ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ଏକ ଦଶ ଦିନିଆ ତାଲିମ ପ୍ରଦାନ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ଯୋଜନା ନିମନ୍ତେ ଅନଲାଇନ ମାଧ୍ୟମରେ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ଆବେଦନ କରିଥିଲେ ଏବଂ ଅଧିକୃତ କମିଟି ଦ୍ଵାରା ଉପଯୁକ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଚୟନ କରାଯାଇ ତା ୦୪.୦୩.୨୦୨୫ ରିଖ ଠାରୁ ତା ୧୩.୦୩.୨୦୨୫ ରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଏବଂ ଟାଟା ଷ୍ଟ୍ରାଇଭ୍ ଅଧିକାରୀ ମାନଙ୍କ ଦ୍ଵାରା ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମ ଟାଟା ଷ୍ଟ୍ରାଇଭର ଉଦ୍ୟୋଗୀକରଣ ତାଲିମ ପ୍ରଦାନ ଅଧିକାରୀ ଡେନିଶ୍ ରାଜ୍ ନାୟକ,ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟର କର୍ମଚାରୀ ବିଜୟ କୁମାର ପତି, ଶ୍ରଦ୍ଧାଞ୍ଜଳୀ ପ୍ରଧାନ, ରିଚା ବିଶ୍ଵାଳ, ଜିତେନ୍ଦ୍ର କୁମାର ସେଠୀ, ଆଶୁତୋଷ ତ୍ରିପାଠୀ, ହରିଚନ୍ଦନ ରାଉତଙ୍କ ସହଯୋଗରେ ସମାପନ କରାଯାଇଥିଲା।

ଉଦଯାପନ ଦିବସରେ ଲିଡ୍ ବ୍ୟାଙ୍କ୍ ମ୍ୟାନେଜର ମନୋଜ ପ୍ରଧାନୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ  ବିଜୟ କେତନ ସାହୁ ତାଲିମ ପ୍ରାପ୍ତ ଯୁବକ ଓ ଯୁବତୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ “ନିଜର ଆର୍ଥିକ ଓ ସାମାଜିକ ଅବସ୍ତାର ଉନ୍ନତି ନିମନ୍ତେ ଦକ୍ଷତା ବିକାଶ ତାଲିମ ମାଧ୍ୟମରେ ଆତ୍ମ ନିର୍ଭରଶୀଳତା ଏକ ମାଧ୍ୟମ”।

ଏହି ଉଦଯାପନ ଦିବାସର ଶେଷ ପର୍ଯ୍ୟାୟରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ତାଲିମ ପ୍ରାପ୍ତ ଯୁବକ ଓ ଯୁବତୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଏହି ଯୋଜନା ମାଧ୍ୟମରେ ତାଲିମ ପ୍ରାପ୍ତ ଯୁବକ ଓ ଯୁବତୀ ମାନଙ୍କୁ ଏକ ଲକ୍ଷ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯିବାର ବ୍ୟବସ୍ତା କରାଯାଇଅଛି।

Share This Article