ଏବେ +୨ ପରେ କରିପାରିବେ ବି.ଏଡ, ରାଜ୍ୟ ସରକାର ନେଲେ ଏହି ବଡ ନିଷ୍ପତି

Odisha Hot News
1 Min Read

ଭୁବନେଶ୍ବର: ଏବେ କେବଳ ଗ୍ରାଜୁଏସନ ପରେ ନୁହେଁ ଏଣିକି ପ୍ଲସ ଟୁ ପରେ ମଧ୍ୟ ବି ଏଡ କରିପାରିବେ। ଏ ନେଇ ଆଜି ସବଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି ଯେ, ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିବା ପାଇଁ ଏହି ନିଷ୍ପତି ଗ୍ରହଣ କରାଯାଇଛି।

ଏହି ପାଠ୍ୟକ୍ରମର ଅବଧିକୁ ମଧ୍ୟ ହ୍ରାସ କରାଯାଇଛି। ବର୍ତ୍ତମାନ +୨ ପରେ ଚାରି ବର୍ଷରେ ବିଏଡ ଶିକ୍ଷା ସମାପ୍ତ କରିପାରିବେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ୮ଟି ଶିକ୍ଷକ ତାଲିମ ପ୍ରତିଷ୍ଠାନ ଏବଂ ନିକଟବର୍ତ୍ତୀ କଲେଜ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ୧୬ଟି ଶିକ୍ଷକ ତାଲିମ ପ୍ରତିଷ୍ଠାନ ମଧ୍ୟରୁ ୮ଟି ସହିତ ଏମଓୟୁ ସ୍ୱାକ୍ଷରିତ ହୋଇଛି। ପରବର୍ତ୍ତି ସମୟରେ ଏହାର ସଂପ୍ରସାରଣ କରାଯିବ ବୋଲି ଜଣାପଡିଛି।

Share This Article