ବିବାହ କରିବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ସରିଲା ହଳଦୀ ଆଉ ମେହେନ୍ଦି, ଜାଣନ୍ତୁ କନ୍ୟା କିଏ?

Odisha Hot News
1 Min Read

ଭୁବନେଶ୍ବର: ବିବାହ କରିବେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ।  ତାଙ୍କର ବାହାଘର ଗୋଆରେ ହେବ ବୋଲି ସ୍ଥିର ହୋଇଛି। ସେଥିପାଇଁ ଉଭୟଙ୍କର ହଳଦୀ ଉତ୍ସବ ଶେଷ ହୋଇଛି। ଉଭୟ ବରକନ୍ୟା ହଳଦିଆ ବସ୍ତ୍ର ପରିଧାନ କରି ବେଶ ସୁନ୍ଦର ଦେଖାଯାଉଥିଲେ।

ତେବେ ସମସ୍ତେ ଉତକଣ୍ଠା ହେଉଥିବା ଯେ, ପ୍ରଦୀପ ବିବାହ କରୁଥିବା କନ୍ୟା କିଏ ସେ। ସେ ହେଉଛନ୍ତି ଜଣେ ସାମ୍ବାଦିକା। ଯାହାଙ୍କର ନାମ ହେଉଛି ସୁଶ୍ରୀ। ପ୍ରଦୀପ ମାଝିଙ୍କ ବୟସ ଏବେ ୪୯ ବର୍ଷ। ସେ ନବରଂଗପୁରରୁ କଂଗ୍ରେସ ଦଳରୁ ସାଂସଦ ଥିଲେ। ହେଲେ 2024ରେ ସେ ବିଜେଡି ସାମିଲ ହୋଇ ସେହି ନବରଂଗପୁରରୁ ଲଢେଇ କରି ହାରିଯାଇଛନ୍ତି।

Share This Article