ଧାରଣାରୁ ଓହରିଲେ ବିଧାନସଭାର ସାମ୍ବାଦିକ, ମନ୍ତ୍ରୀଙ୍କ ବୁଝାସୁଝା ପରେ ହେଲା ପ୍ରତ୍ୟାହାର

Odisha Hot News
0 Min Read

ଭୁବନେଶ୍ବର: ଆଜି ବିଧାନସଭା ପରିସରରେ ଧାରଣା ଦେଇଥିବା ସାମ୍ବାଦିକମାନେ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାମ୍ବାଦିକମାନେ ବସିଥିବା ସ୍ଥାନକୁ ଆସି ବୁଝାସୁଝା କରିବା ପରେ ଏହି ଧାରଣରୁ ସେମାନେ ହଟିଛନ୍ତି।

ତେବେ ଆଜି ବିଧାନସଭା ପରିସରରେ ଥିବା ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକମାନଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଥିଲା। ଫଳରେ ସେମାନେ ଆଜି ପ୍ରଶ୍ନକାଳ ବୟକଟ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ହେଲେ ପରେ ମନ୍ତ୍ରୀ ଆସିବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି।

Share This Article