ଅଚ୍ୟୁତ ସାମନ୍ତଙ୍କୁ ଗିରଫ ଦାବୀରେ ଯୁବ କଂଗ୍ରେସର ବିକ୍ଷୋଭ, କିଟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ

Odisha Hot News
1 Min Read

ଭୁବନେଶ୍ବର: ଆଜି କିଟ୍ ରେ ହୋଇଥିବା ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପ୍ରଦେଶ ଯୁବ କଂଗ୍ରେସ ତରଫରୁ ବିକ୍ଷୋଭ କରାଯାଇଛି। ଏଥିରେ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ ହୋଇଛି। ଅଚ୍ୟୁତଙ୍କୁ ବିଭିନ୍ନ ଗାଳି କରି ଯୁବ କଂଗ୍ରେସ କର୍ମିମାନେ ଇନଫୋସିଟି ଥାନାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ଏହାପରେ କର୍ମିମାନେ କିଟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ବାଧାଦେଇଥିଲା।

ଯୁବ କଂଗ୍ରେସର ରଣଜିତ ପାତ୍ର ନେତୃତ୍ବରେ ଶହଶହ କର୍ମି ଏହି ଆନ୍ଦୋଳନରେ ଯୋଗଦେଇଥିଲେ। ସେମାନେ ଅଚ୍ୟୁତ ସାମନ୍ତ କିପରି ପ୍ରଶାସନକୁ ପକେଟରେ ରଖିଛନ୍ତି ଏବଂ ଛାତ୍ରଛାତ୍ରୀଙ୍କୁ ବ୍ଲାକ ମେଲିଂ କରୁଛନ୍ତି ତାହା ଅବଗତ କରାଇଥିଲେ। କିଟରେ ପଢୁଥିବା ଶହଶହ ନେପାଳୀ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ କରାଯାଉ ବୋଲି ସେମାନେ ଦାବୀ କରିଥିଲେ।

Share This Article