ଓଡିଆ ପୁଅ ଶକ୍ତିକାନ୍ତ ଦାସ ହେବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ମିଳିଲା ନୂଆ ଦାୟିତ୍ବ

Odisha Hot News
1 Min Read

ନୂଆଦିଲ୍ଲୀ: ଆଜି କ୍ୟାବିନେଟ ନିଯୁକ୍ତି କମିଟ ଆରବିଆଇର ପୂର୍ବତନ ରାଜ୍ୟପାଳ ଶକ୍ତିକାନ୍ତ ଦାସଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ କିମ୍ବା ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ଓଡିଆ ପୁଅ ଶକ୍ତିକାନ୍ତ ଦାସ ନିକଟରେ ଆରବିଆଇ ରାଜ୍ୟପାଳ ପଦରୁ ଅବସର ନେଇଛନ୍ତି। ସେ ପୂର୍ବରୁ ଅର୍ଥ ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ପ୍ରଧାନମନ୍ତ୍ରୀଙ୍କ ବେଶ ପ୍ରିୟ ଭାବେ ଜଣାଶୁଣା। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଓଡିଆ ପୁଅ ପି କେ ମିଶ୍ର କାର୍ଯ୍ୟ କରୁଛନ୍ତି। ସେହି ଗ୍ରୁପରେ ବର୍ତ୍ତମାନ ଆଉ ଜଣେ ଓଡିଆ ସାମିଲ ହେଲେ।

Share This Article