ବାଣପୁର: ଛାତ୍ରୀଙ୍କୁ ଅସଦାଚରଣ କରି ପୋକସୋରେ ବନ୍ଧାହେଲେ ଶିକ୍ଷକ

Odisha Hot News
1 Min Read

ବାଣପୁର: ଶିକ୍ଷକ ଏବଂ ଛାତ୍ର ମଧ୍ୟରେ ସମ୍ପର୍କ ହେଉଛି ପବିତ୍ର ସମ୍ପର୍କ। କିନ୍ତୁ କେତେ ଜଣ ଖଳ ପ୍ରକୃତିର ଶିକ୍ଷକ ମାନଙ୍କ ପାଇଁ ଆଜି ଶିକ୍ଷକ ସମାଜ ସାଧାରଣରେ ନିନ୍ଦିତ ହେବାକୁ ପଡିଛି।   ସେହିଭଳି ଏକ ଘଟଣା ବାଣପୁର ଅଂଚଳରେ ଆଲୋଚନାର ସରବ୍ୟ ପାଲଟିଛି। ଶିକ୍ଷକ ଜଣକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ ଯାଇଛନ୍ତି।

ଅଭିଯୋଗ ମୁତାବକ ଚମ୍ପାଦେଇପୁର ବାଲୁଙ୍କେଶ୍ୱର ଉଚ୍ଚ ପ୍ରାଥମିକ ସ୍କୁଲରେ ରାଣୀ (ଛଦ୍ମନାମ) ଷଷ୍ଠଶ୍ରେଣୀର ଛାତ୍ରୀ ଭାବରେ ପଢ଼ନ୍ତି। ଛାତ୍ରୀ ଜଣଙ୍କୁ ଏକୁଟିଆ କ୍ଲାସରେ ଥିବାବେଳେ ଉକ୍ତ ସ୍କୁଲର ଶିକ୍ଷକ ପ୍ରଦୀପ କୁମାର ସେଠି ପହଂଚି ଛାତ୍ରୀ ଜଣଙ୍କୁ ଅସଦାଚରଣ କରିଥିଲା। ଛାତ୍ରୀଜଣଙ୍କ ଚିତ୍କାର କରିବାରୁ ପାଟିକଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ମିଳିଥିଲା।

ଛାତ୍ରୀ ଜଣକ ଘରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ଲୋକ ଥାନାରେ ଲିଖିତ ଭାବେ ଜଣାଇଥିଲେ। ଆଇଆଇସି ରମେଶ ଦେବତା ଅଭିଯୁକ୍ତ ପ୍ରଦୀପକୁ ଥାନାକୁ ଆଣି ପଚରାଉଚରା କରି ପୋକସୋ ନିୟମ ମୁତାବକ ମକଦ୍ଦମା କରିଥିବା ବେଳେ ଆଜି ଭୁବନେଶ୍ୱର ପୋକସୋ କୋର୍ଟକୁ ସ୍ଥାନାନ୍ତର କରାଯାଇଛି।

କୋର୍ଟରେ ଜାମିନ ନାମଂଜୁର ହେବାରୁ ତାଙ୍କୁ ଭୁବନେଶ୍ୱର ଝାରପଡା ଜେଲକୁ ପଠାଇଦିଆଯାଇଛି।

Share This Article