ପୋଖରୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅର୍ନ୍ତଗତ କୁଶପଡା ପଞ୍ଚାୟତ ପତାଣ୍ଡ ଗ୍ରାମର ସେବତୀ ଦୋରା ନାମ୍ନୀ ଜଣେ ମହିଳା ନିଜ ଗ୍ରାମ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତା ସେବତୀ ସନ୍ଧ୍ୟା ବେଳେ ପୋଖରୀକୁ ଯାଇ ବହୁତ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଘର ଲୋକେ ବହୁତ ଖୋଜାଖୋଜି କରିଥିଲେ। ସନ୍ଧାନ ନମିଳିବାରୁ ପୋଲିସ ଓ ଅଗ୍ନିଶମ ବିଭାଗର ସହାୟତା ନେଇଥିଲେ।

ପୋଲିସ ଅଗ୍ନିଶମ କର୍ମଚାରୀଙ୍କୁ ସାଥିରେ ନେଇ ଖୋଜିବା ବେଳେ ବୃଦ୍ଧାଜଣଙ୍କ ପୋଖରୀରୁ ମିଳିଥିଲେ। ସେଠାରୁ ତାଙ୍କୁ ଖୋଜି ବାହାର କରି ଚିକିତ୍ସା ପାଇଁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ନଂ ୪/୨୫ ରୁଜୁ କରି ମୃତ ବୃଦ୍ଧାଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛି।

Share This Article