ଆଜି ରାତିରେ ଏହି ଛଅଟି ଜିଲ୍ଲାରେ ହେବ ଘଡଘଡି ସହ ବର୍ଷା, ପାଣିପାଗ ବିଭାଗ କଲା ସତର୍କ

Odisha Hot News
1 Min Read

ଭୁବନେଶ୍ବର: ଆଜି ରାତିରେ ଛଅଟି ଜିଲ୍ଲାରେ ଘଡଘଡି ସହିତ ହେବ ବର୍ଷା। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରାଇଛି। ତ୍ବରିତ ସୂଚନା ଅନୁସାରେ ଏହି ବର୍ଷା ହେବ ବୋଲି କୁହାଯାଇଛି। ତେବେ ଯେଉଁ ଛଅଟି ଜିଲ୍ଲାରେ ବର୍ଷା ହେବ ସେଗୁଡିକ ହେଲା ଗଂଜାମ, କଟକ, ଖୋର୍ଦ୍ଧା ( ଭୁବନେଶ୍ବର ସହିତ), କଟକ ( କଟକ ସହର ସହିତ), ପୁରୀ ଏବଂ ଯାଜପୁର।

ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲି ମଧ୍ୟ ବର୍ଷା ସମ୍ଭାବନା ରହିଛି। ମୁଖ୍ୟତଃ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରୁ ତେଲେଙ୍ଗାନା ପର୍ଯ୍ୟନ୍ତ ଏକ ନିମ୍ନଚାପ ରେଖା ସୃଷ୍ଟି ହୋଇଛି। ଏହା  ସମୁଦ୍ର ପତନଠାରୁ ବାୟୁମଣ୍ଡଳର ୦.୯ କିମି ଉଚ୍ଚରେ ପ୍ରବାହିତ ହେଉଛି। ଏହା ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ସେହିପରି ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପ୍ରବାହିତ ହେବ ବୋଲି ମଧ୍ୟ କୁହାଯାଇଛି।

Share This Article