ଆଇ.ଆଇ.ସି ସ୍ତରରେ ବଡ ଧରଣର ଅଦଳ ବଦଳ

Odisha Hot News
1 Min Read

ଭୁବନେଶ୍ଵର: ଗତକାଲି କେନ୍ଦ୍ରାପଡା ଜିଲ୍ଲାର ପ୍ରାୟ ୧୪ ଗୋଟି ଥାନାର ଆଇ.ଆଇ.ସି ବା ଥାନା ଅଧିକାରୀ ମାନଙ୍କୁ ଅଚାନକ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାର ବିଭିନ୍ନ ଥାନାକୁ ଅଦଳ ବଦଳ କରା ଯାଇଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷୀକଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ – ୪୭୭ ଏବଂ ନିର୍ଦ୍ଧେଶାବଳୀ ନମ୍ବର ୩୪୭ ଅନୁଯାୟୀ ସୂଚନା ପ୍ରଦାନ କରାଯାଇଛି। ଡିପିଓ ଆଇ.ୟୁ.ସି.ଏ.ଡବ୍ଲୁ ରୁ ଇନିସ୍ପେକ୍ଟର ଶରୋଜ କୁମାର ସାହୁଙ୍କୁ ଡେରାବିଶ୍ ଥାନାଧିକାରୀ ଏବଂ ତପନ କୁମାର ନାୟକଙ୍କୁ ପୋଲିସ ଜିଲ୍ଲା ମୂଖ୍ୟାଳୟରୁ ଆଳି ଥାନାଧିକାରୀ, ସେହିପରି ବନ୍ଦନା ପାତ୍ରଙ୍କୁ ପୋଲିସ ମୂଖ୍ୟାଳୟରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାଧିକାରୀ, ଧୀରଜ ଲେଙ୍କାଙ୍କୁ ମହାକାଳପଡା ଥାନାରୁ ପଟ୍ଟାମୁଣ୍ଡାଇ ଗ୍ରାମାନ୍ଚଳ ଥାନାଧିକାରୀ, ନରେଶ ସାହୁଙ୍କୁ ପଟ୍ଟାମୁଣ୍ଡାଇ ଗ୍ରାମାନ୍ଚଳରୁ ରାଜନଗର ଥାନାଧିକାରୀ, ବିମଳ କୁମାର ମଲ୍ଲିକଙ୍କୁ ସଦର ଥାନାରୁ ତନ୍ତିଆପାଳ ସାମୁଦ୍ରିକ ଥାନାଧିକାରୀ ଭାବେ ବଦଳି କରାଯାଇ ଥିବାବେଳେ ଶୁଭେନ୍ଦୁ କୁମାର ସାହୁଙ୍କୁ ପୋଲିସ ଜିଲ୍ଲା ମୂଖ୍ୟାଳୟରୁ ସଦର ଥାନାଧିକାରୀ, ରାଜେନ୍ଦ୍ର କୁମାର ମହାପାତ୍ରଙ୍କୁ ପୋଲିସ ଜିଲ୍ଲା ମୂଖ୍ୟାଳୟରୁ ମହାକାଳପଡା ଥାନାଧିକାରୀ, କିଶୋର ଚନ୍ଦ୍ର ତରାଇଙ୍କୁ ଡେରାବିଶରୁ ତନ୍ତିଆପାଳ ମେରାଇନ୍ ଥାନା, ସୌମ୍ୟରଂଜନ ବିଶ୍ୱାଳଙ୍କୁ ତନ୍ତିଆପାଳ ସାମୁଦ୍ରିକ ଥାନାରୁ ଜମ୍ଭୁ ସାମୁଦ୍ରିକ ଥାନାକୁ ବଦଳି କରାଯାଇଛି।

ଏମଡି ଜାମସେଦଙ୍କୁ ହେଡକ୍ୱାଟରୁ ପାଟକୁରା ଥାନାକୁ, ସଶ୍ମିତା ସାହୁଙ୍କୁ ତାଳଚୁଆ ସାମୁଦ୍ରିକ ଥାନାରୁ ଆଇ.ଏ.ଏଚ୍.ଟି.ୟୁ ଡିପିଓକୁ ଏବଂ ଶ୍ରୀକାନ୍ତ ବାରିକଙ୍କୁ ଜମ୍ଭୁ ସାମୁଦ୍ରିକରୁ ଆଇ.ୟୁ.ସି.ଏ.ଡବ୍ଲୁ ଡିପିଓକୁ ବଦଳି କରାଯାଇଥିବା ବେଳେ ପ୍ରଦୀପ ପ୍ରଧାନଙ୍କୁ ପାଟକୁରା ଥାନାରୁ ଆଇ. ୟୁ.ଏ.ସି.ଡବ୍ଲୁ କୁ ବଦଳି କରାଯିବା ସହିତ ୨୪ ଘଣ୍ଟା ମଧ୍ୟରେ ନିଜ ନିଜ ସ୍ଥାନ ପରିବର୍ତ୍ତନ କରିବାକୁ ଆଦେଶାବଳୀ ଦିଆଯାଇଥିବା ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଥିବା ପୋଲିସ ଜିଲ୍ଲା ମୂଖ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share This Article