ଶ୍ରୀମନ୍ଦିର ନାମରେ ନକଲି ୱେବସାଇଟରେ ଠକେଇ, କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ପତ୍ର

Odisha Hot News
1 Min Read

ଭୁବନେଶ୍ଵର: ପୁରୀ ଶ୍ରୀମନ୍ଦିର ପ୍ରଶାସନର ଭକ୍ତନିବାସ ଗୁଡିକ ନାମରେ ନକଲି ୱେବସାଇଟ୍ ଖୋଲି ଠକେଇ ଘଟଣା ନଜରକୁ ଆସିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ। ଏନେଇ ଏକ ପତ୍ର ମାଧ୍ୟମରେ ମୁଖ୍ୟ ପ୍ରଶାସକ ଜଣାଇଛନ୍ତି ଯେ, ଶ୍ରୀମନ୍ଦିରର ନିଜସ୍ବ ୱେବସାଇଟ www.shreejagannatha.in ଏବଂ www.stayatpurijagannatha.in ମାଧ୍ୟମରେ ଭକ୍ତନିବାସ ଗୁଡିକର ବୁକିଂ ହୋଇ ଆସୁଅଛି। କିନ୍ତୁ କିଛି ଖଳବ୍ୟକ୍ତି ନକଲି ୱେବସାଇଟ୍ ତିଆରିକରି ଭକ୍ତନିବାସ ନାମରେ ଲୋକଙ୍କୁ ଠକେଇ କରିଥିବାର ପ୍ରମାଣ ପାଇଅଛି ଶ୍ରୀମନ୍ଦିର ପ୍ରଶାସନ। ଏପରିକି ଏକ ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ଏହି ଠକେଇ ପାଇଁ ଦେଣନେଣ ମଧ୍ୟ ହେଉଅଛି। ତେଣୁ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଚିଠିରେ ଅନୁରୋଧ କରାଯାଇଛି। ଏହାସହିତ ପୂର୍ବରୁ ବିଭିନ୍ନ ଥାନାରେ ଦାଖଲ ହୋଇଥିବା ଏଫ୍.ଆଇ.ଆର୍ ଗୁଡିକର ତଥ୍ୟ ମଧ୍ୟ ସଂଲଗ୍ନ କରାଯାଇଅଛି।

Share This Article