ନିଲମ୍ବନ ଉଠିବା ପରେ କଂଗ୍ରେସ ଭବନରେ ପଶିଲେ ସୁର ରାଉତରାୟ, ହେଲେ ଭାବ ବିହ୍ବୋଳ, ଦେଖନ୍ତୁ Video

Odisha Hot News
1 Min Read

ଭୁବନେଶ୍ବର: ଦୀର୍ଘ ନ ମାସ ପରେ କଂଗ୍ରେସ ଭବନରେ ପ୍ରବେଶ କଲେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସୁରେଶ ରାଉତରାୟ। ତାଙ୍କୁ ପୂର୍ବରୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା। ହେଲେ ନୂଆ ସଭାପତି ଭାବେ ଭକ୍ତ ଦାସ ଯୋଗ ଦେବା ପରେ ସେ ସମସ୍ତ ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରି ନେଇଥିଲେ। ସେହି ଅନୁସାରେ ସୁରେଶ ରାଉତରାୟଙ୍କ ଉପରୁ ନିଲମ୍ବନ ହଟିଯାଇଛି।

ଆଜି ସୁରେଶ ରାଉତରାୟ କଂଗ୍ରେସ ଭବନ ପ୍ରବେଶ ବେଳେ ବେଶ ଭାବ ବିହ୍ବୋଳ ହୋଇଯାଇଥିଲେ। ସେ ପାହଚରେ ଏକ ନଡିଆ ବାଡେଇ ଭିତରକୁ ପ୍ରବେଶ କରିଥିଲେ। ସେହି ସମୟରେ ତାଙ୍କର ସମର୍ଥକମାନେ ଫୁଲମାଳ ପିନ୍ଧାଇ ତାଙ୍କୁ ସ୍ବାଗତ କରିଥିଲେ।

ଏହି ଉପଲକ୍ଷେ ସେ କହିଛନ୍ତି ଯେ, ମୁଁ ବହୁତ ଖୁସି ଯେ ପୁଣି ଥରେ କଂଗ୍ରେସକୁ ଫେରିଆସିଛି। ମୋର ବ୍ଲଡ ହେଉଛି କଂଗ୍ରେସ। ତେଣୁ ମୁଁ ଶେଷ ପର୍ଯ୍ୟନ୍ତ କଂଗ୍ରେସରେ ରହିବି। ମୋତେ ଚକ୍ରାନ୍ତ କରି ଦଳରୁ ନିଲମ୍ବନ କରି ଦିଆଯାଇଥିଲା। ହେଲେ ମୋର କୌଣସି ଭୁଲ ନ ଥିଲା। ବର୍ତ୍ତମାନ ସମସ୍ତେ ଏକ ଜୁଟ ହୋଇ କଂଗ୍ରେସକୁ ମଜବୁତ କରିବା ବୋଲି ସେ ଆହ୍ବାନ ଦେଇଥିଲେ।

Share This Article