ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଆଦେଶ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ୨୦୨୩ ଅଗଷ୍ଟ ମାସରେ ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟରୁ ପୋଡ଼ାମାରି ଗ୍ରାମର ସଙ୍ଗୀତା ପ୍ରଧାନ ନାମକ ଜଣେ ବିବାହିତା ମହିଳାଙ୍କ ଶବ ମିଳିଥିଲା। ମୃତ ମହିଳାଙ୍କ ବାପା ତାଙ୍କ ଝିଅକୁ ହତ୍ୟା କରାଯାଇଛି ଓ ସିନ୍ଦୁରପୁର ଗ୍ରାମର ମିଥୁନ ବିଷୋୟୀ ନାମକ ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ କରିଥିଲେ।

ଅଭିଯୋଗ ଗ୍ରହଣ କରି ପୋଲିସ ମୃତ ମହିଳାଙ୍କ ଶବ ଉଦ୍ଧାର କରି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ମିଥୁନ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାନ୍ୟବର ଜିଲ୍ଲା ଜଜ୍ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ଏହି ହତ୍ୟା ଘଟଣାର ଚୂଡ଼ାୟ ରାୟ ଆଜି ଜିଲ୍ଲା ଜର୍ଜଙ୍କ କୋର୍ଟରେ ପ୍ରକାଶ କରିଛନ୍ତି ଓ ଏହି ହତ୍ୟା ଘଟଣାର ଅଭିଯୁକ୍ତ ଯୁବକ ମିଥୁନ ବିଷୋୟୀଙ୍କୁ ଜିଲ୍ଲା ଜର୍ଜ ରୂପଶ୍ରୀ ଚୌଧୁରୀ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

Share This Article