ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଇଂଲଣ୍ଡ ଖେଳାଳୀ, ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

Odisha Hot News
1 Min Read

ଭୁବନେଶ୍ବର: ଆଜି ସଂଧ୍ୟାରେ ଭୁବନେଶ୍ବରର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଉଭୟ ଭାରତ ଓ ଇଂଲଣ୍ଡର ଖେଳାଳୀ। ଏକ ସ୍ବତନ୍ତ୍ର ବିମାନରେ ସେମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଡା ସୁରକ୍ଷା ମଧ୍ୟରେ ମୋ ଫାୟାର ହୋଟେଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଥିଲା।

ହୋଟେଲ ବାହାରେ ଓଡିଶାର ଲୋକନୃତ୍ୟ ଶିଳ୍ପୀମାନେ ସେମାନଙ୍କ ନୃତ୍ୟରେ ଖେଳାଳୀମାନଙ୍କୁ ସ୍ବାଗତ କରିଥିଲେ। ସେହିପରି ହୋଟେଲ ପ୍ରବେଶ ପଥରେ ତାଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା। ଆଜି ଉଭୟ ଦଳ ସେଠାରେ ବିଶ୍ରାମ କରିବା ପରେ ଆସନ୍ତାକାଲି ବାରବାଟୀ ଷ୍ଟାଣ୍ଡିୟମକୁ ଅଭ୍ୟାସ ପାଇଁ ଯିବେ।

ଖେଳାଳୀମାନଙ୍କ ପାଇଁ କମିଶନେରଟ ପୋଲିସ ତରଫରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଖେଳାଳୀଙ୍କ ସୁରକ୍ଷା ପାଇଁ ୨୦୦ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେହିପରି ଆସନ୍ତାକାଲି କଟକ ଯିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ପୋଲିସ ମୁତୟନ କରାଯାଇଛି।

ରବିବାର ଦିନ ଭାରତ ଇଂଲଣ୍ଡ ମଧ୍ୟରେ କଡା ମୁକାବିଲା ହେବ।

Share This Article