ଭୁବନେଶ୍ବରରେ ପହଞ୍ଚିବେ ଭାରତ ଓ ଇଂଲଣ୍ଡର ଖେଳାଳୀ, ସୁରକ୍ଷା ହେଲା କଡାକଡି

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତା ୯ ତାରିଖ ରବିବାର ଦିନ କଟକ ବାରବାଟୀ ଷ୍ଟାଣ୍ଡିୟମରେ ଭାରତ ଇଂଲଣ୍ଡ ମ୍ୟାଚ ଖେଳାଯିବ। ସେଥିପାଇଁ ଆସନ୍ତାକାଲି ଶୁକ୍ରବାର ଦିନ ଭୁବନେଶ୍ବରରେ ପହଞ୍ଚିବେ ଉଭୟ ଦଳ। ସେଥିପାଇଁ ଭୁବନେଶ୍ବର ବିମାନ ବନ୍ଦରରୁ ମେ ଫାୟାର ପର‌୍ୟ୍ୟନ୍ତ ସୁରକ୍ଷା କଡାକଡି କରାଯାଇଛି।

ମୁଖ୍ୟତଃ ହୋଟେଲ ସମ୍ମୁଖ, ବିମାନ ବନ୍ଦର ଏବଂ ଭୁବନେଶ୍ବର କଟକ ରାସ୍ତା ସାରା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେତେକ ସ୍ଥାନରେ ବ୍ୟାରିକେଟ କରାଯାଇଛି। ଆସନ୍ତାକାଲି ଖେଳାଳୀମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ କଡା ସୁରକ୍ଷା ମଧ୍ୟରେ ହୋଟେଲ ନିଆଯିବ। ବିମାନ ବନ୍ଦରରେ ସେମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ରହିବାର ସମ୍ଭାବନା ରହିଛି।

ଖେଳାଳୀମାନେ ୭ ତାରିଖରେ ଭୁବନେଶ୍ବରରେ ପହଞ୍ଚିବା ପରେ ୮ ତାରିଖରେ ସେମାନେ ବାରବାଟୀ ଷ୍ଟାଣ୍ଡିୟମ ଅଭ୍ୟାସ ପାଇଁ ଯିବେ। ଏହାପରେ ୯ ତାରିଖରେ ଖେଳ ହେବ ଏବଂ ସମସ୍ତ ଖେଳାଳୀ ୧୦ ତାରିଖରେ ଭୁବନେଶ୍ବର ଛାଡିବେ। ଖେଳାଳୀଙ୍କ ସୁରକ୍ଷା ପାଇଁ ୨୦୦ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।

Share This Article