ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ସେପ୍ଟେମ୍ବର ୨୦୨୪ ମସିହାରେ ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଥିବା ଦୁଷ୍କର୍ମ ମାମଲାର ଚୁଡାନ୍ତ ରାୟ ପ୍ରକାଶ ପାଇଛି ଓ ଉକ୍ତ ମାମଲାର ଅଭିଯୁକ୍ତ କାଳିଆ ବାଡତ୍ୟା ନାମକ ଜଣେ ଯୁବକକୁ ସ୍ବତନ୍ତ୍ର ପୋକ୍ସ ଅଦାଲତ ଜଜ୍ ପ୍ରଣତି ପଟ୍ଟନାୟକ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ନାବାଳିକାର ପରିବାର ଲୋକ ଅଭିଯୋଗ କରିଥିଲେ ଯେ, ତାଙ୍କ ନାବାଳିକା ଝିଅ ଟିଉସନ୍ ରୁ ଘରକୁ ଫେରିଲା ବେଳେ ଉକ୍ତ ଅଭିଯୁକ୍ତ କାଳିଆ ଜବରଦସ୍ତି ଉଠାଇ ନେଇ ଭୁବନେଶ୍ଵରରେ ରଖି ବିଭିନ୍ନ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇ ତାକୁ ଦୁଷ୍କର୍ମ କରିଥିଲା ଓ ଆମ ପରିବାରକୁ ହତ୍ୟା ଧମକ ଦେଇଥିଲା।

ଅଭିଯୋଗ ଗ୍ରହଣ କରି ଦିଗପହଣ୍ଡି ଥାନା ପୋଲିସ୍ ଘଟଣା ର ତଦନ୍ତ କରି ଅଭିଯୁକ୍ତ କାଳିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଓ ମାତ୍ର ୪ ମାସ ମଧ୍ୟରେ ମାନ୍ୟବର ଅଦାଲତ ମାମଲା ର ବିଚାର କରି ଚୁଡାନ୍ତ ରାୟ ଶୁଣାଇଛନ୍ତି।

Share This Article