ବିଜେଡି ଘୋଷଣା କରିଥିବା ଦଳିୟ ପଦପଦବୀକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା

Odisha Hot News
1 Min Read

ଭୁବନେଶ୍ବର: ନିକଟରେ ବିଜେଡି ତାହାର ସଂଗଠନକୁ ସୁଦୃଢ କରିବା ପାଇଁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ବିଭିନ୍ନ ନେତାଙ୍କୁ ପ୍ରଦାନ କରାଯାଇଛି। ତେବେ ଏହି ତାଲିକାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ଏହି ତାଲିକାରେ ବବି ଦାସ ବା ପ୍ରଣବ ପ୍ରକାଶ ଦାସଙ୍କୁ ଅଧିକ କ୍ଷମତା ଦିଆଯାଇଥିବାରୁ ତାହାକୁ ନେଇ ଆଲୋଚନା ଚାଲିଛି।

ତେବେ ବିଜେଡି ନିକଟରେ ଯେଉଁ ତାଲିକା ପ୍ରକାଶ କରିଛି ତାହା ହେଲା

ଏଥିରେ ପ୍ରଣବ ପ୍ରକାଶ ପାଞ୍ଚଟି ନିର୍ବାଚନ ମଣ୍ଡଳି ଦାୟିତ୍ବରେ ରହିଛନ୍ତି। ତାଙ୍କର ସେହି ପୁରୁଣା ସଂଗଠନ ମୟୁରଭଂଜର କେତେକ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ଦିଆଯାଇଛି। ସେହିପରି ସଂଜୟ ଦାସ ବର୍ମାଙ୍କୁ ଗଂଜାମ ଜିଲ୍ଲାର କେତେକ ନିର୍ବାଚନ ମଣ୍ଡଳି ଦାୟିତ୍ବ ଦିଆଯାଇଛି। ତେବେ ବର୍ତ୍ତମାନ ସମୟରେ ଏହି ନେତାମାନେ ନିର୍ବାଚନ ମଣ୍ଡଳି ଗସ୍ତ କରି ସଂଗଠନକୁ କିପରି ସଜାଡିବେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

Share This Article