ନାବାଳିକା ଦୁଷ୍କର୍ମ ମାମଲା: ଟିଉସନ୍ ଶିକ୍ଷକଙ୍କୁ ୮ ବର୍ଷ ଜେଲଦଣ୍ଡ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୁରୁଷୋତ୍ତମ ପୁର ଥାନା ଅଞ୍ଚଳର ନିରଞ୍ଜନ ବେହେରା ନାମକ ଜଣେ ଯୁବକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସ ଅଦାଲତ ଜଜ୍ ଗଣେଶ୍ୱର ପତିଙ୍କ ଦ୍ଵାରା ୮ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ସହ ୫୦ ହଜାର ଜରିମାନା ଆଦେଶ ପାଇଛି। ଜରିମାନା ଅନାଦେୟ ଆଉ ୬ ମାସ ଜେଲଦଣ୍ଡ ନିମନ୍ତେ ଜଜ୍ ମହାଶୟ ଆଦେଶ ଶୁଣାଇଛନ୍ତି। ଗତ ୨୦୧୯ ଅକ୍ଟୋବର୧୯ ଦଣ୍ଡିତ ନିରଞ୍ଜନ ନିଜ ଟିଉସନ୍ ରେ ଅଧ୍ୟୟନରତ ଜନୈକା ନାବାଳିକା କୁ ଟଣାଓଟରା କରି ଦୁଷ୍କର୍ମ ଉଦ୍ୟମ ବେଳେ ଉକ୍ତ ନାବାଳିକା ସେଠାରୁ ଖସି ଆସି ପରିବାର ଲୋକଙ୍କୁ କହିଥିଲା ଓ ପରବର୍ତ୍ତୀ ସମୟରେ ଏକ ପତ୍ର ଲେଖି ଆତ୍ମହତ୍ୟା କରିଥିଲା।

ଏହି ଭଳି ପରିସ୍ଥିତିରେ ନାବାଳିକା ପିତା ପୁରୁଷୋତ୍ତମ ପୁର ଥାନା ରେ ଅଭିଯୋଗ କରିଥିଲେ ଓ ଅଭିଯୋଗ କୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ନିରଞ୍ଜନ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଓ ମାନ୍ୟବର ଅଦାଲତ ୮ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତି ଅଭିଯୁକ୍ତ କୁ ଉକ୍ତ ଦଣ୍ଡ ଆଦେଶ ଶୁଣାଇଛନ୍ତି।

Share This Article