ଆଇଟିଡିଏ ଅଧିକାରୀଙ୍କ ଘରେ ଭିଜିଲାନ୍ସର ବଡ ଚଢାଉ, ସାତଟି ସ୍ଥାନରେ ଚାଲିଛି ଛାନଭିନ୍ନ

Odisha Hot News
1 Min Read

ଭୁବନେଶ୍ବର: ଆଜି ସକାଳେ ଓଡିଶା ଭିଜିଲାନ୍ସ ସୁନ୍ଦରଗଡ଼ ଜିଲ୍ଲାର ବଣେଇର ପ୍ରକଳ୍ପ ପ୍ରଶାସକ, ଶ୍ରୀ ବିଶ୍ବଦର୍ଶୀ ସାହୁଙ୍କ ଘରେ ଚଢାଉ କରିଛି। ସାତଟି ସ୍ଥାନରେ ଏହି ଚଢାଉ ଜାରୀ ରହିଛି। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ନେଇ ଏହି ଚଢାଉ କରାଯାଇଛି।

ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ତିନି ଜଣ ଡିଏସପି, ଦଶ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ତାଙ୍କର ଯେଉଁ ସ୍ଥାନରେ ଚଢାଉ ଚାଲିଛି ସେଗୁଡିକ ହେଲା

ଭୁବନେଶ୍ୱର: ଶ୍ରୀରାମ ନଗର, ପୁରାଣା ସହର ଦିତାଲା ଆବାସିକ ବିଳ୍ଡିଂ

ଭୁବନେଶ୍ୱର: ଫ୍ଲାଟ୍ ନମ୍ବର ୩୦୪, ୩ ତାଲା, ଭଗବାନ ଟାୱର, ଲକ୍ଷ୍ମୀସାଗର।

ଭୁବନେଶ୍ୱର: ଫ୍ଲାଟ୍ ନମ୍ବର ୪୦୨, ୪ ତାଲା, ଇଭୋସ୍ ଗ୍ୟାଲକ୍ସୀ, ୟୁନିଟ୍ ୩, ଖାରବେଳନଗର

ବାଲେଶ୍ବର: ସୁକୁମାର ନାୟକ ଆପାର୍ଟମେଣ୍ଟ, ଫ୍ଲାଟ୍ ନମ୍ବର ୩୦୨, ଏସ୍‌. ଏନ୍. ସେନ୍ ସଡ଼କ।

ଯାଜପୁର: ଯାଜପୁରରେ ତାଙ୍କର ସଂପର୍କୀୟଙ୍କ ଘର

ସୁନ୍ଦରଗଡ଼: ତାଙ୍କର ସରକାରୀ କ୍ୱାର୍ଟର୍ସ, ବଣେଇ

ସୁନ୍ଦରଗଡ଼: ତାଙ୍କର କାର‌୍ୟ୍ୟାଳ., ବଣେଇ

Share This Article