ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ମିଳିଲା କ୍ୟାବିନେଟ ପାହ୍ୟାର ନୂଆ ଦାୟିତ୍ବ, ସେ ହେବେ..

Odisha Hot News
1 Min Read

ଭୁବନେଶ୍ବର: ଓଡିଶାର ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କୁ ରାଜ୍ୟ ସରକାର ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି। ତାଙ୍କୁ ସରକାର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶଙ୍କୁ ରାଜ୍ୟ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି।

ପ୍ରକାଶ ମିଶ୍ର ନିକଟରେ ଏକ ପୁସ୍ତକ ଲେଖି ବେଶ ଚର୍ଚ୍ଚାରେ ଅଛନ୍ତି। ସେଥିରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସହାୟତାକୁ ପରିପ୍ରକାଶ କରିଥିଲେ। ନବୀନ କିପରି କୌଣସି କାର୍ଯ୍ୟରେ ମୁଣ୍ଡ ପୁରାଉ ନ ଥିଲେ ସେ ନେଇ ସେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ତାଙ୍କୁ ଗୁରୁ ଦାୟିତ୍ବ ପ୍ରଦାନ କରିଛନ୍ତି।

Share This Article