ରାଜଭବନରେ ଜାତୀୟ ମତଦାତା ଦିବସ ଶପଥ ପାଠ

Odisha Hot News
1 Min Read

ଭୁବନେଶ୍ୱର: ରାଜଭବନରେ ଜାତୀୟ ମତଦାତା ଦିବସ ସଂପର୍କିତ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଅଭିଷେକ ହଲ୍‌ଠାରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌.ବି.ଏସ୍‌. ରାଜପୁତ ରାଜଭବନର ଅଧିକାରୀ/ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ ।

ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଜାନୁଆରୀ ୨୫ ତାରିଖ ଦିନ ଜାତୀୟ ମତଦାତା ଦିବସ ପାଳନ ହୋଇଥାଏ । ଚଳିତ ବର୍ଷ ଜାନୁଆରୀ ୨୫ ତାରିଖ ସରକାରୀ ଛୁଟି ପଡ଼ୁଥିବାରୁ ଭାରତର ନିର୍ବାଚନ କମିଶନଙ୍କ ମାର୍ଗଦର୍ଶିକା ଅନୁଯାୟୀ ରାଜଭବନରେ ଚଳିତ ଜାନୁଆରୀ ମାସ ୨୪ ତାରିଖ ଦିନ ଜାତୀୟ ମତଦାତା ଦିବସ ସଂପର୍କିତ ଶପଥ ପାଠ କରାଯାଇଥିଲା ।

ଦେଶର ଗଣତାନ୍ତ୍ରିକ ପରଂପରାର ମର୍ଯ୍ୟାଦା ବଜାୟ ରଖିବା, ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗାରିମାକୁ ଅକ୍ଷୁର୍ଣ୍ଣ ରଖିବା, ନିର୍ଭୀକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଅଧିକାରୀ ଓ କର୍ମଚାରୀନେ ଶପଥ ନେଇଥିଲେ ।

Share This Article