ଟିକିରା ନଦୀରେ ବୁଡି ବିଏସଏଫ ଯବାନଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ଆଜି ଅପରାହ୍ନରେ ନାକଟିଦେଉଳ ନିକଟସ୍ଥ ଟିକିରା  ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ବିଏସଏଫ ଯବାନ ମୃତ୍ୟୁବରଣ କରିଥିବା ଖବର ଜଣାପଡିଛି। ମୃତକ ଯବାନ ହେଲେ ଜଗନାଥପ୍ରସାଦ ଗ୍ରାମର ଜଗ ଦେହୁରୀ।

ପ୍ରକାଶ ଯେ, ନାକଟିଦେଉଳ ଥାନା ଜଗନ୍ନାଥ ପ୍ରସାଦ ଗ୍ରାମର ଜଗ ଦେହୁରୀ ପଶ୍ଚିମବଙ୍ଗରେ ଚାକିରୀ କରୁଥିଲେ। କିଛି ଦିନ ହେଲା ସେ ଘରକୁ ଛୁଟିରେ ଆସି ଥିଲେ। ଆଜି ସେ ଟିକିରା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ମୃତଦେହ ପଡ଼ିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ।

ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ନାକଟିଦେଉଳ ଡାକ୍ତର ଖାନାକୁ ଆଣି ଥିଲା। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁ ଥିବା ଜଣା ପଡିଛି।

Share This Article