ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦନ୍ନୋତି

Odisha Hot News
1 Min Read

ଭୁବନେଶ୍ବର: ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦନ୍ନୋତି ହୋଇଛନ୍ତି। 1995 ମସିହା ବ୍ୟାଚର ଏହି ଆଇଏଏସ ଅଧିକାରୀ ବର୍ତ୍ତମାନ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି। ଏଥିସହିତ ସେ ଏମଏସଏମଇ ଏବଂ ଇପିକଲର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ବର୍ତ୍ତମାନ ଓଡିଶାରେ ଉତ୍କର୍ଷ ଓଡିଶା ସମ୍ମିଳନୀ ପାଇଁ ବ୍ୟାପକ ଆୟୋଜନ ଚାଲିଛି। ଯାହାର ଦାୟିତ୍ବରେ ଅଛନ୍ତି ହେମନ୍ତ ଶର୍ମା।

ସେହିପରି 1994 ବ୍ୟାଚର ଆଇଏଏସ ରଂଜନା ଚୋପ୍ରାଙ୍କୁ ମଧ୍ୟ ପଦନ୍ନୋତି ଦିଆଯାଇଛି। ସେ ମଧ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ଉନ୍ନତି ହୋଇଛନ୍ତି। ରଂଜନା ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ଯୁଗ୍ନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

Share This Article