ପ୍ରତିଦିନ ଖବରକାଗଜର ମୁଖ୍ୟ ସଂପାଦକ ସୁଧୀର ପଣ୍ଡା ହେଲେ ପିଆଇବି କମିଟର ସଦସ୍ୟ

Odisha Hot News
1 Min Read

ଭୁବନେଶ୍ବର: ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ପ୍ରତିଦିନ ଖବର କାଗଜର ପ୍ରତିଷ୍ଠାତା ଏବଂ ମୁଖ୍ୟ ସଂପାଦକ ସୁଧୀର ପଣ୍ଡା ପିଆଇବି କମିଟର ସଦସ୍ୟ ହୋଇଛନ୍ତି। ପିଆଇବି ବା ପ୍ରେସ ଇନଫରମେସନ ବ୍ୟୁରୋ ହେଉଛି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର ଏକ ସଂସ୍ଥା। ଏହା ଅଧିନରେ ଥିବା ମିଡିଆ ଆକ୍ରିଡେଟେସନ କମିଟର ସେ ସଦସ୍ୟ ଭାବେ ମନୋନିତ ହୋଇଛନ୍ତି।

ଏହି କମିଟର ଅଧ୍ୟକ୍ଷ ହେଇଛନ୍ତି ପିଆଇବି ର ଡିଜି। ତାଙ୍କ ସହ ଦେଶର ବିଭିନ୍ନ ସ୍ଥାନରୁ ମୋଟ 25 ଜଣ ସାମ୍ବାଦିକ ସଦସ୍ୟ ରହିଛନ୍ତି। ଏହି କମିଟ ବିଭିନ୍ନ ସମୟରେ ବୈଠକ କରି ଦେଶର ସାମ୍ବାଦିକମାନଙ୍କୁ କେନ୍ଦ୍ରୀୟ ସ୍ବୀକୃତି ପ୍ରଦାନ କରିଥାନ୍ତି। ଏପରି ଏକ ମର୍ଯ୍ୟଦା ସଂପର୍ଣ୍ଣ ପଦବୀ ମିଳିଥିବାରୁ ସୁଧୀରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Share This Article