ଶ୍ରୀମନ୍ଦିର ଭିତର ଭିଡିଓ ପ୍ରଘଟକୁ ନେଇ ପ୍ରତିକ୍ରିୟା ରଖିଲେ ଏସପି

Odisha Hot News
1 Min Read

ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ବାରମ୍ବାର ଭିଡ଼ିଓ ଭାଇରାଲ ଘଟଣାକୁ ପୋଲିସ ପକ୍ଷରୁ ଗୁରୁତର ସହ ନିଆଯାଇଅଛି। ଏହି ସମ୍ବେଦନଶୀଳ ଘଟଣାକୁ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ନେଇ ଏଣିକି ଚାରି ଦ୍ୱାରରେ ସଚେତନତା ବାର୍ତ୍ତା ଥିବା ସାଇନ ବୋର୍ଡ ଲଗାଯିବ। ଶ୍ରୀମନ୍ଦିର ଭିତର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ଘଟଣା ନେଇ ଏଭଳି ପତିକ୍ରିୟା ରଖିଛନ୍ତି ପୁରୀ ଏସ୍ପି ଭିନିତ ଅଗ୍ରୱାଲ। ଶ୍ରୀମନ୍ଦିର ମଧ୍ୟରେ ଚିତ୍ର ତଥା ଭିଡିଓ ଉତ୍ତୋଳନ ସମ୍ପୂର୍ଣ୍ଣ ନିଷେଧ ରହିଅଛି।

ତେବେ ଏହି ଘଟଣାକୁ ଅବମାନନା କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଗତ ଜାନୁଆରୀ ୫ ତାରିଖରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ଘଟଣା ଓ ଗତ ଦୁଇ ଦିନ ତଳେ ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ବ୍ୟକ୍ତି ଗର୍ଭଗୃହ ଭିଡ଼ିଓ ନିଜ ସୋସିଆଲ ମିଡ଼ିଆ ରେ ଭାଇରାଲ କରିବା ଘଟଣାକୁ ନେଇ ପୋଲିସ ତଦନ୍ତ କରୁଅଛି।ଖୁବ ଶୀଘ୍ର ଦୋଷୀ ଙ୍କ ବୁରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ପି ସୂଚନା ପ୍ରଦାନ କରିଛନ୍ତି।

Share This Article