ଖୋର୍ଦ୍ଧା ଜିଲ୍ଲାର ସଂସ୍କୃତି ଭବନ ଭିତ୍ତି ପ୍ରସ୍ତର ସ୍ଥାପନ ଭୁବନେଶ୍ୱର ସାଂସଦ

Odisha Hot News
1 Min Read

ଖୋର୍ଦ୍ଧା: ଆଜି ଡିବା ୧୧ ଘଟିକା ସମୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କରକମଳରେ ଖୋର୍ଦ୍ଧାର ନୂତନ ଜିଲ୍ଲା ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ପଡ଼ିବାର କାର୍ଯ୍ୟକ୍ରମ ଉଦ୍ଘାଟନ ସୋଇଯାଇଛି। ୮ କୋଟି ୮୧ ଲକ୍ଷ ୫୮ ହଜାର ୪୪୪ ଟଙ୍କା ବ୍ୟୟ ଅଟକଳରେ ଜିଲ୍ଲା ସଂସ୍କୃତି ଭବନ ନିର୍ମାଣ କାର୍ଯ୍ୟକ୍ରମ ଖୋର୍ଦ୍ଧା ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଛି। ମୁଖ୍ୟତଃ ଏହା ୫୦୦ ଆସନ ବିଶିଷ୍ଟ ଏକ ଅଡ଼ିଟୋରିଅମ ଯାହାକି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବୈଠକ ପାଇଁ ବ୍ୟବହାର କରାଯିବ।

ସାଂସ୍କୃତିକ ବିକାଶ କ୍ଷେତ୍ରରେ ଏହା ସହଯୋଗ କରିବ ଓ ବିଭିନ୍ନ ସାଂସ୍କୃତିକ ଦଳଙ୍କ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଏହା ଏକ ମୁଖ୍ୟ ମାଧ୍ୟମ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ, ଖୋର୍ଦ୍ଧା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ, ଖୋର୍ଦ୍ଧା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ବିଡ଼ିଓ କ୍ଷୀରାବ୍ଧି ତନୟା ସାହୁ ବହୁ ଦଳୀୟ ବ୍ୟକ୍ତିତ୍ୱ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୋୖଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ।

Share This Article