ଦୁଇଦିନିଆ ଓଡିଶା ଗସ୍ତରେ ଆସିଲେ ସିଙ୍ଗାପୁର ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

Odisha Hot News
1 Min Read

ଭୁବନେଶ୍ବର: ସିଙ୍ଗାପୁର ରାଷ୍ଟ୍ରପତି ମିଷ୍ଟର ଥର୍‍ମନ ସନ୍‍ମୁଗ୍‍ରତ୍ନମ ଆଜି ଦୁଇ ଦିନିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି । ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପ୍ରମୁଖ ସ୍ବାଗତ କରିଥିଲେ। ଏହି ଦୁଇ ଦିନ ମଧ୍ୟରେ ସିଙ୍ଗାପୁର ରାଷ୍ଟ୍ରପତି ଭୁବନେଶ୍ୱରର ୱାର୍ଲ୍‍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରିବା ସହିତ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ତାଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ସୁଦୃଢ କରିବା ପାଇଁ ଆଲୋଚନା କରିବେ । ବିଶେଷ କରି ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଲଜିଷ୍ଟିକ୍‍ସ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଧିକ ସହଯୋଗର ସମ୍ଭାବନା ରହିଛି ।

ସିଙ୍ଗାପୁର ସରକାରଙ୍କ ସହିତ ଓଡିଶା ସରକାରଙ୍କ ଅନେକ ଗୁ଼ଡିଏ MoU ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହା ଦ୍ୱାରା ଓଡିଶାରେ ପୁଞ୍ଜି ନିବେଶ ହେବ।

Share This Article