ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାଆ ଲୋଭାବତୀଙ୍କ ପରଲୋକ

Odisha Hot News
0 Min Read

ଭୁବନେଶ୍ବର: ଆଜି ସକାଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାଆ ଲୋଭାବତୀ ପରିଡାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥ ହୋଇ କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି।

ଲୋଭାବତୀ ପୁରୀ ଜିଲ୍ଲା ନୂଆହାଟ ନିଭରଣରେ ରହୁଥିଲେ। ଏହା ହେଉଛି ପ୍ରଭାବତୀଙ୍କ ପୈତୃକ ଗ୍ରାମ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ହେଉଛନ୍ତି ଲୋଭାବତୀଙ୍କ ତୃତୀୟ ସନ୍ତାନ। ଏହି ଖବର ଜଣାପଡିବା ପରେ ନିଜ ପୈତୃକ ଗ୍ରାମରେ ପହଞ୍ଚିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ।

Share This Article