କଂଗ୍ରେସର ନୂଆ ସଭାପତି କିଏ ହେବ ତାହା ନିଷ୍ପତି ହୋଇଛି, ଦଳର ହେବ ନବକଳେବର

Odisha Hot News
1 Min Read

ଭୁବନେଶ୍ବର: ଓଡିଶା ପ୍ରଦେଶ କଂଗ୍ରେସର ସଭାପତି କିଏ ହେବ ତାହା ନିଷ୍ପତି ହୋଇଯାଇଛି। ଖୁବ ଶିଘ୍ର ତାଙ୍କ ନାମ ଘୋଷଣା ହେବ ବୋଲି କହିଛନ୍ତି ପୂର୍ବତନ ସଭାପତି ଜୟଦେବ ଜେନା। ଆଜି ଗଣମାଧ୍ୟମକୁ ସେ କହିଛନ୍ତି ଯେ, କଂଗ୍ରେସ ସଭାପତି ବାଛିବା ପାଇଁ ଦୁଇ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେମାନେ ତାଙ୍କର ରିପୋର୍ଟ ଏଆଇସିସିକୁ ପ୍ରଦାନ କରିସାରିଛନ୍ତି। ତେଣୁ ଖୁବ ଶିଘ୍ର ତାଙ୍କ ନାମ ଘୋଷଣା ହେବ।

ସେ ପୁଣି କହିଛନ୍ତି ଯେ, କେବଳ ସଭାପତି ନୁହେଁ, ଓଡିଶା କଂଗ୍ରେସର ଏକ ନବକଳେବର ହେବ। ସେଥିପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ସେ କହିଛନ୍ତି ଯେ, ଆଜି ଦିଲ୍ଲୀରେ ନୂଆ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ ହେଲା। ଏହାପରେ ଓଡିଶା କଥା ବିଚାର କରାଯାଇ ଘୋଷଣା କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।

Share This Article