ପ୍ରଭୃ ଲିଙ୍ଗରାଜ ସେବାୟତଙ୍କ ବିବାଦ ତୁଟିଲା, ଘୋଷଣା କଲେ ଜିଲ୍ଲାପାଳ

Odisha Hot News
1 Min Read

ଭୁବନେଶ୍ବର: ପ୍ରଭୃ ଲିଙ୍ଗରାଜ ସେବାୟତଙ୍କ ବିବାଦକୁ ସମାଧାନ କରାଯାଇଛି ଏବଂ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେବ।ଏହି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା। ଆଜି ଅପରାହ୍ନରେ ଟ୍ରଷ୍ଟ ବୋର୍ଡ ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିର ମନିଟରିଂ କରାଯିବ ଏବଂ ବିବାଦର ତଦନ୍ତ କରାଯିବ। ADM ତଦନ୍ତ କରି ଏହାର ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେହି ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସେହିପରି, ଯେଉଁମାନେ ବିଶୃଙ୍ଖଳା କରିଥିଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେକ୍ସନ ୩୨ ଅନୁସାରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟାନୁଷ୍ଠାନ ନେଇପାରିବ। ଏହା ସହିତ, ସୋ କଜ୍ ନୋଟିସ ମଧ୍ୟ ଜାରି କରାଯିବା ସହ ସେବା ପୂଜାରୁ ନିବୃତ୍ତ କରାଯିବ। ଯଦି ଦରକାର, ସେକ୍ସନ ୬୮ ନିୟମ ଅନୁସାରେ ସେବା ପୂଜା ପାଇଁ ଦିଆଯାଇଥିବା ଜମିକୁ ଫେରାଇ ଅଣାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଏହି ସମସ୍ୟା ଆଗକୁ ନ ହେବା ପାଇଁ, ଲିଙ୍ଗରାଜଙ୍କ ନୀତିକାନ୍ତିକୁ ସଠିକ ଭାବେ ତର୍ଜମା କରିବା ପାଇଁ ମନ୍ଦିର ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି। ମନ୍ଦିରର ଯାହା ରେକର୍ଡ ଅଫ ରାଇଟ୍ସ ଅଛି, ସେହି ଆଧାରରେ ସମସ୍ତ ନୀତିକାନ୍ତି କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବୈଠକରେ ସମସ୍ତ ନିଯୋଗର କର୍ମକର୍ତ୍ତା ସାମିଲ ଥିଲେ।

Share This Article