ନୟାଗଡ଼ ଜିଲ୍ଲାର ୬ ଟି ସ୍ଥାନରେ ପାଳନ ହେଲା ମକରମେଳା

Odisha Hot News
1 Min Read

ନୟାଗଡ: ପବିତ୍ର ମକରସଂକ୍ରାନ୍ତି ଅବସରରେ ଆଜି ନୟାଗଡ଼ ଜିଲାର ୬ଟି ସ୍ଥାନରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମକର ମେଳା ଅନୁଷ୍ଠିତ ହେଉଛି। ଏହି ଅବସରରେ ଭାପୁର ବ୍ଲକର ବେଗୁନିଆଁ, ରଣପୁର ବ୍ଲକର ଶ୍ୟାମଘନପୁର, ଖଣ୍ଡପଡା ବ୍ଲକର ତେନ୍ତୁଳିଆପଲ୍ଲୀ, ସିଧାମୂଳା, ଗଣିଆ ବ୍ଲକର ୱାଲିପୁର, ଦଶପଲ୍ଲା ବ୍ଲକର ସରିଗଣ୍ଡା ପ୍ରଭୃତି ଗ୍ରାମରେ ଏହି ମେଳା ଅନୁଷ୍ଠିତ ହୋଇଥିଲା।

ଏଠାରେ ଶତାଧିକ ଛୋଟବଡ଼ ଦୋକାନ ବସିଥିଲା ବେଳେ ଲୋକମାନଙ୍କ ମନୋରଞ୍ଜନ ନିମନ୍ତେ ଗ୍ରାମବାସୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ବ୍ୟବସ୍ଥା କରାଯାଇଛି। ମେଳା ଦେଖିବା ନିମନ୍ତେ ଶହ ଶହ ଲୋକଙ୍କ ଭିଡ଼ ଜମୁଛି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।

ସେହିଭଳି, ଜିଲ୍ଲାର ପ୍ରସିଦ୍ଧ କଣ୍ଟିଲୋର ନୀଳମାଧବ, ଶରଣକୂଳର ଲଡ଼ୁବାବା, ଝାମୁପାଟଣା ଦୂତୀକେଶ୍ବର, ରଣପୁର ଜଗନ୍ନାଥ ମନ୍ଦିର , ନୟାଗଡ ଜଗନ୍ନାଥ ମନ୍ଦିର,ଦଶପଲ୍ଲାର ମହାବୀର ମନ୍ଦିରରେ ମକର ସଂକ୍ରାନ୍ତି ଅବସରରେ ସ୍ବତନ୍ତ୍ର ପୂଜାନୀତି କରାଯାଇଛି ।

Share This Article