ବହୁ ପରିମାଣର ହାତ ଭିଡା ବୋମା ଜବତ, ଜଣେ ଯୁବକ ଅଟକ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସହର ତଳି ତଥା ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ନୁଆ ଖଜୁରିଆ ଗ୍ରାମର ଲଟାବୁଦା ଘେରା ମଧ୍ୟରେ ଥିବା ଏକ ଅର୍ଦ୍ଧନିର୍ମିତ କୋଠାଘରେ ପ୍ରାୟ ୪୦ ଟି ହାତ ଭିଡା ବୋମା ଜବତ କରାଯାଇଛି। ଏହି ସବୁ ବୋମାଗୁଡିକୁ ନିଷ୍କ୍ରିୟ ଦଳ ଦ୍ଵାରା ନିଷ୍କ୍ରିୟ କରାଯାଇଛି। ଏନେଇ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ସୁଚନା ଦେଇଛନ୍ତି।
ବୈଦ୍ୟନାଥ ପୁର ଥାନା ଅଧିକାରୀ ସୁଚିତ୍ରା ପରିଡ଼ା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଦଳବଳେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ପୋଲିସ କୁ ଦେଖି କିଛି ଯୁବକ ଛତ୍ରଭଙ୍ଗ ଦେଇଥିଲେ। ଥାନା ଅଧିକାରୀ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ନେଇ ଅର୍ଦ୍ଧନିର୍ମିତ କୋଠାଘରେ ଯାଇ ଯାଞ୍ଚ ବେଳେ ଦେଖିଲେ ଯେ ଗୋଟିଏ ଅଖା ବସ୍ତାରେ ଉକ୍ତ ବୋମା ଗୁଡିକ ରହିଛି। ସଙ୍ଗେ ସଙ୍ଗେ ଏସ୍ ପି ଙ୍କୁ ସୁଚନା ଦିଆଯାଇଥିଲା। ଏସ୍ ପି ଙ୍କ ପଦକ୍ଷେପ ସ୍ୱରୂପ ବୋମା ଗୁଡିକ ନିଷ୍କ୍ରିୟ କରାଯାଇଛି।

ପ୍ରକାଶ ଥାଉକି ରେଶମ ନଗରୀ ବ୍ରହ୍ମପୁର ସହରରେ ଗତ କିଛି ମାସ ହେଲା ଚୋରି, ରାହାଜାନୀ, ଲୁଟ୍, ଗୋଷ୍ଠୀ ସଂଘର୍ଷ ଓ ବୋମାମାଡ଼ ଦ୍ଵାରା ବହୁ ଧନ ଜୀବନ କ୍ଷତି ହେଉଛି ଓ ଠିକ୍ ସମୟରେ ପୋଲିସ ର ପଦକ୍ଷେପ ଯୋଗୁଁ ସହରବାସୀ ସୁରକ୍ଷିତ ଅନୁଭବ କରୁଛନ୍ତି।

Share This Article