ଆଜି ରାଜ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୧୭ଜଣଙ୍କ ମଧ୍ୟରୁ ୧୬ ସୁରତ ଫେରନ୍ତା

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୧୭ଜଣଙ୍କ ସଂପର୍କରେ ଅଧିକ ତଥ୍ୟ ଦେଲା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ। ସେହି ସୂଚନା ଅନୁଯାୟୀ ଏମାନଙ୍କ ଭିତରୁ ୧୬ଜଣ ସୁରତ ଫେରନ୍ତା ଥିବା ବେଳେ ରାଉରକେଲାରେ ଯେଉଁ ଜଣେ ଚିହ୍ନଟ ହୋଇଛନ୍ତି ସେ କଣ୍ଟେନମେଣ୍ଟ ଅଞ୍ଚଳର।

ଆଜି ଗଞ୍ଜାମ ଜିଲ୍ଲାରେ ୧୨ ଟି ସକାରାତ୍ମକ ମାମଲା ନଜରକୁ ଆସିଥିବା ବେଳେ ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ଗୋଟିଏ ଏବଂ ମୟୂରଭଞ୍ଜରୁ ତିନିଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଏମାନେ ସମସ୍ତେ ପୁରୁଷ। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ ହୋଇଛି । ଆକ୍ଟିଭ୍‌ କେସ୍‌ ୨୨୨ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୬୩ ଜଣ । ୨ ଜଣଙ୍କ କରୋନରେ ମୃତ୍ୟୁ ହୋଇଛି ।

Share This Article
Leave a Comment