କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ମୋବାଇଲ ଫୋନ ଚୋରି

Odisha Hot News
1 Min Read

ଭୁବନେଶ୍ଵର: ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଓମ ମୋବାଇଲ କେୟାର ମୋବାଇଲ ଦୋକାନରୁ ଗତକାଲି ବିଳମ୍ବିତ ରାତ୍ରରେ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ମୋବାଇଲ ଫୋନ ଦୁର୍ବୁତ୍ତମାନେ ଲୁଟି ନେଇଛନ୍ତି। ମୋବାଇଲ ଦୋକନର ସିସିଟିଭି କ୍ୟାମେରାରେ ଚୋରି କରିବାର ସଂପୂର୍ଣ୍ଣ ଭିଡିଓ ରେକର୍ଡ ହୋଇଛି।

ଦୁଇ ଜଣ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ ପାର୍ଶ୍ୱରେ ଥିବା ଏକ ଗୋଦାମର କାନ୍ଥ ଭାଙ୍ଗି ଏକ ଛୋଟିଆ ଛିଦ୍ର ଦେଇ ଦୋକାନ ଭିତରେ ପଶି ଚୋରୀ କରିଥିବା ଜଣାପଡିଛି। ଏଥିରେ ଆଇଫୋନ, ସାମସଙ୍ଗ, ଓପୋ ଭିଭୋ କମ୍ପାନୀର ଦାମି ଦାମି ମୋବାଇଲ ଚୋରି କରି ନେଇଛନ୍ତି। ଗୋଟିଏ ବସ୍ତା ମୋବାଇଲ ରାସ୍ତା କଡରେ ଚୋର ଛାଡି ଯାଇଥିବା ବେଳେ ଅନ୍ୟ ୫ ଟି ବସ୍ତାରେ ସମସ୍ତ ମୋବାଇଲ ଦୋକାନ ସାମନାରେ ଥିବା ଆର.ଏମ.ସି ର ପାଚେରୀ ମଧ୍ୟରେ ଥିବା ବୁଦା ଭିତରେ ସମସ୍ତ ଖୋଳ ଫୋପାଡି ଦେଇ ଚୋର କେବଳ ମୋବାଇଲ ନେଇ ଫେରାର ହୋଇଯାଇଛନ୍ତି। ଗୋଟିଏ ମୋବାଇଲ ବସ୍ତା ଓ ଅନ୍ୟ ୫ ଟି ମୋବାଇଲ ଖୋଳ ଥିବା ଖାଲି ବସ୍ତା ପୋଲିସ ଜବତ କରିବା ସହ ସିସି ଟିଭିକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।

ଅପରାହ୍ନରେ କୋରାପୁଟରୁ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ସହାୟତାରେ ପୋଲିସର ତଦନ୍ତ ଜାରି ରହିଛି। ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ସହାୟତାରେ ଖୁବ ଶୀଘ୍ର ଅଭୁଯୁକ୍ତଙ୍କୁ ଧରିବାରେ ସଫଳ ହେବେ ବୋଲି ମାଲକାନଗିରି ଥାନା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।

Share This Article