ହତ୍ୟା ଉଦ୍ୟମ ଅଭିଯୋଗ: ଅଭିଯୁକ୍ତଙ୍କୁ ଗିରଫ କଲା ବଡ଼ବଜାର ଥାନା ପୋଲିସ୍

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହତ୍ୟା ଉଦ୍ୟମ ଅଭିଯୋଗରେ ନାରାୟଣ ଚୌଧୁରୀ ନାମକ ଜଣେ ବ୍ୟକ୍ତିକୁ ବଡ଼ବଜାର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୋଗ ଭିତ୍ତିରେ ଜଣାପଡିଛି ଯେ, ଅଭିଯୁକ୍ତ ନାରାୟଣ ବଡ଼ବଜାର ଥାନା ଅର୍ନ୍ତଗତ ଜେମାଦେଇ ପେଣ୍ଠ ସାହିର ଅରୁଣ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ଠାରୁ ଗତ ୫ ବର୍ଷ ପୂର୍ବେ ନଗଦ ୫୫ ହଜାର ଧାର ଆଣି ଆଉ ଫେରାଇ ନଥିଲା। ଯାହା ଫଳରେ ଉଭୟଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଥିଲା। କିନ୍ତୁ ଅଭିଯୁକ୍ତ ନାରାୟଣ ଟଙ୍କା ଫେରସ୍ତ କରିଦେବ କହି ନିଜ ଘରକୁ ଡାକିଥିଲା ଓ ଅରୁଣ ପହଞ୍ଚିବା କ୍ଷଣି ତାକୁ ନାରାୟଣ ଗାଳିଗୁଲଜ କରିବା ସହ ଘରୁ ଏକ ଖଣ୍ଡା ଆଣି ଅରୁଣ ଉପରେ ଆକ୍ରମଣ କରିଥିଲା। ଯ’ଦ୍ଵାରା ଅରୁଣର ମୁଣ୍ଡରେ ଗଭୀର ଆଘାତ ଲାଗିବା ଫଳରେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅରୁଣ ଠାରୁ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଅଭିଯୁକ୍ତ ନାରାୟଣ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Share This Article