କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ ପାଇଁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଲାଞ୍ଜିଆ ସମିତି ସଭ୍ୟ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କମାକ୍ଷା ପ୍ରସାଦ ପାତ୍ରଙ୍କ ଗତବର୍ଷ ଜୁନ ୮ ତାରିଖରେ ଦେହାନ୍ତ ହେବା ପରେ ଉକ୍ତ ପଦବୀ ଖାଲି ପଡ଼ିଛି। ତେବେ ଅଧ୍ୟକ୍ଷ ପଦବୀ ପୂରଣ ପାଇଁ ଗତ ଅଗଷ୍ଟ ୧୨ ତାରିଖରେ ନିର୍ବାଚନ କମିଶନର ବିଜ୍ଞପ୍ତି ପ୍ରକାଶ କରି ଅଗଷ୍ଟ ୨୨ତାରିଖରେ ଉପ ନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ କରିଥିଲେ। ଯାହାକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର ହୋଇଥିଲା। ଏହାର ଶୁଣାଣି କରି ମାନ୍ୟବର ଅଦାଲତ ତୁରନ୍ତ ନିର୍ବାଚନ ପ୍ରକ୍ରିୟା କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦେଇଥିଲେ।

ତେବେ ପଦବୀ ଖାଲି ପଡିବାର ୧୮୦ ଦିନ ବିତିଗଲା ପରେ ମଧ୍ୟ ଉପ ନିର୍ବାଚନ ପାଇଁ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ସମିତି ସଭ୍ୟ କାହ୍ନୁ ପାତ୍ର। ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନ ଥିବା ସେ କହିଛନ୍ତି। ଏହାକୁ ନେଇ ସେ ଆଜି ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ତୁରନ୍ତ ନିର୍ବାଚନ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ନିବେଦନ କରିଛନ୍ତି।

Share This Article